ବାହାନଗା ରେଳ ଦୁର୍ଘଟଣା : ମହାନତା ଦେଖାଇଲା ବାଲିଆପାଳ ବିଜେଡି


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ଶୁକ୍ରବାର ବାହାନଗା ଠାରେ କରମଣ୍ତଳ ଟ୍ରେନ୍ ର ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅସହାୟଙ୍କୁ ସହାୟତା ପ୍ରଦାନ କରିଥିଲେ ବାଲିଆପାଳ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ । ବସ୍ତା ନିର୍ବାଚନମଣ୍ତଳୀର ନେତ୍ରୀ ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ବାଲିଆପାଳ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ଜେନା,ପ୍ରତାପପୁର ସମିତି ସଭ୍ୟାଙ୍କ ପ୍ରତିନିଧି ତଥା ଯୁବନେତା ହାଡିବନ୍ଧୁ ରାଉତ, ବିଷ୍ଣୁପୁର ସଭାପତି ସରୋଜ କୁମାର ଦାସ,ଯୁବ ବିଜେଡି କାର୍ଯ୍ଯକାରୀ ସଭାପତି ପ୍ରଦୀପ ଜେନା,ସୁବ୍ରତ କୁମାର ପାତ୍ର,ସୁଶାନ୍ତ କୁମାର ପାତ୍ର,
 ରୁନା ନାଥ , ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡା,ଛାତ୍ର ବିଜେଡି ସଭାପତି ସୁଶାନ୍ତ ବେହେରା, ଚନ୍ଦନ କୁମାର ଦାସ, ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ବାଲିଆପାଳ ବିଜୁ ଜନତା ଦଳର ଯୁବ ,ଛାତ୍ର ମାନେ ବାହାନଗା କରମଣ୍ତଳ ଟ୍ରେନ ଦୁର୍ଘଟଣାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଲୋକଙ୍କୁ ସାହାଯ୍ୟରେ ନିଃସ୍ଵାର୍ଥପର ଓ ନିରନ୍ତର ଭାବେ କାମ କରିଥିଲେ। ଏହି କଠିନ ସମୟରେ ପୀଡ଼ିତ ପରିବାର ଓ ଲୋକଙ୍କ ସହିତ ରହି ସେଠାରେ ସହାୟତା କରିଥିଲେ ଏବଂ ପ୍ରଶାସକୁ ଉଦ୍ଧାର କାର୍ଯ୍ଯରେ ସହଯୋଗ କରିଥିଲେ । ଶବଗୁଡିକୁ ଟ୍ରେନ ମଧ୍ୟରୁ ବାହାର କରିଥିଲେ । ଏଥିସହିତ ହସପିଟାଲରେ ଆହତଙ୍କୁ ମାନଙ୍କୁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରି ରକ୍ତଦାନ କରିଥିଲେ ।

Post a Comment

Previous Post Next Post