ଜଳେଶ୍ଵର, ୨୭/୬ (ଜଗନ୍ନାଥ ଗୋଛାୟତ) ଭୋଗରାଇ ବ୍ଲକ ଅନ୍ତର୍ଗତ ଗୁଣ୍ସାର୍ଥା ପଞ୍ଚାୟତର ପ୍ରିୟବାଗ ଠାରେ ଅବସ୍ଥିତ ନରେନ୍ଦ୍ରନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମଓଡ଼ିଶା, ଜିଲ୍ଲା ରକ୍ତଦାତା ସଂଘ ଓ ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନନୀ ଗୋପାଳ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ୩୨ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା କବିତା ମହାନ୍ତି ଏବଂ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କଲେଜର ଅଧ୍ୟକ୍ଷ କେଶବ ଚନ୍ଦ୍ର ମହାପାତ୍ର, ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ତାରାକାନ୍ତ ନନ୍ଦ, ସରପଞ୍ଚ ରଜନୀକାନ୍ତ ଖଟୁଆ, ସମାଜସେବୀ ଭୃଗୁରାମ କର ଶର୍ମା, ସାମ୍ବାଦିକ ତଥା ରୋଟାରିଆନ ଅଂଶୁମାନ ରାଉତ, ଅଧ୍ୟାପକ ଅମରେନ୍ଦ୍ର ନାଥ ଦାସ, କାଜଲ କୁମାର ଚକ୍ରବର୍ତ୍ତୀ , ଅଧ୍ୟାପିକା ମୀତାଭଞ୍ଜ, ଦୀପିକା ସେନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରୁଥିବାବେଳେ ଶ୍ରୀରାଉତ ପ୍ରଥମେ ରକ୍ତଦାନ କରି ରକ୍ତଦାତାଙ୍କ ମନରେ ଆଗ୍ରହ ଭରି ଦେଇଥିଲେ। ଗଗନ ଚନ୍ଦ୍ର ଦେ, କିରାଣୀ ସୁଦର୍ଶନ କର, ସମାଜସେବୀ ବିଷ୍ଣୁପଦ ଆଚାର୍ଯ୍ୟ, ସଂଜୀବ କୁମାର ରାଜ୍, ସ୍କା ଇଲ ୟୁଥ କ୍ଳବ୍ କମର୍ଦାର ସଭାପତି ଭାରତରତ୍ନ ଜେନା, ସଭ୍ୟ ସ୍ୱଦେଶ ମହାନ୍ତି, ସମ୍ବାଦ-ଆମଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଓ କମର୍ଦ୍ଦା ସମ୍ବାଦ ପ୍ରତିନିଧି ନରନାରାୟଣ ମିଶ୍ର ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Post a Comment