ଜଳେଶ୍ୱର ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କର୍ମଶାଳା ଅନୁଷ୍ଠିତ


ଜଳେଶ୍ୱର, ୧୩ ।୦୬ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବ୍ଲକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଏକ ଦିନିକିଆ କର୍ମଶାଳା ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଂଜ ବିହାରୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ କାଳିନ୍ଦୀ ସୋରେନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ଅଜୟ କୁମାର ଜେନା, ଜ୍ୟୋସ୍ନ୍ା ରାଣୀ ବେହେରା, ମାଧବଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଂଜନ ଦାସ, ସଦାଶିବ ବିଦ୍ୟା ନିକେତନର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଗାମୀ ଶିକ୍ଷାବର୍ଷରେ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବାକୁ ଥିବା ଏଫ୍.ଏଲ୍.ଏନ, ୟୁଡାଇସ ଗ୍ଲାସ, ବିଦ୍ୟାଳୟ ମରାମତି, ବିଦ୍ୟାଳୟର ବିଭିନ୍ନ ଜିନିଷର ତତ୍ୱାବଧାନ, ଡ୍ରପ ଆଉଟ ୟୁନିଫର୍ମ, ଏକାଡେମିକ କ୍ୟାଲେଣ୍ଡର, ସ୍କୁଲ ଡାଏରୀ, ମୁଖ୍ୟମନ୍ତ୍ରୀ ପୁରସ୍କାର, ମଧ୍ୟାହ୍ନ ଭୋଜନ ଇତ୍ୟାଦି ବିଭିନ୍ନ ସରକାରୀ ଯୋଜନାର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆତ୍ମାମାନଙ୍କର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଆର୍.ପି ଅନିମେଶ ସ୍ୱାଇଁ, ଗଜେନ୍ଦ୍ର ଦଳାଇ, ସୁନୀଲ କୁମାର ଦାସ ପ୍ରମୁଖ ସମସ୍ତ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ସଦର ସି.ଆର୍.ସି.ସି ଅଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ସମସ୍ତ ସି.ଆର୍.ସି.ସି ତଥା ଜଳେଶ୍ୱର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Post a Comment

Previous Post Next Post