ବଜ୍ରପାତରେ ଚାଲିଗଲା ୨୦ ମାଙ୍କଡଙ୍କ ଜୀବନ


ଜଳେଶ୍ୱର,୧୩/୬(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ରେ କାଳବୈଶାଖୀ ବର୍ଷା ସମୟରେ ହୋଇଥିବା ବଜ୍ରପାତରେ ଚାଲିଗଲା ୨୦ ମାଙ୍କଡଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଳେଶ୍ଵର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତରେ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ ସମୟରେ ଅଚାନକ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହି ସମୟରେ ଗଡସାହି ବାଲିଆପାଳ ପଞ୍ଚାୟତର ପ୍ରତାପ ମାଝୀଙ୍କର ଘର ବାଡିରେ ଥିବା ୧୫୦ ବର୍ଷର ଏକ ପୁରୁଣା ତେନ୍ତୁଳି ଗଛ ଉପରେ ବଜ୍ରପାତ ହୋଇଥିଲା। ଏହି ଗଛରେ ବହୁ ମାଙ୍କଡ ବସିଥିଲେ। ବର୍ଷା ଛାଡ଼ିବା ପରେ ଗଛମୂଳରେ ୫୦ରୁ ଉର୍ଦ୍ଧ୍ବ ମାଙ୍କଡ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପବନ-ବର୍ଷା କାରଣରୁ ବିଦ୍ୟୁତ ସରବରାହ ବନ୍ଦ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିଛି।

Post a Comment

Previous Post Next Post