ଫକୋଟପଡା ରାସ୍ତା ଅତିଶୋଚନୀୟ


ନୂଆପଡା : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡା଼ମୁଣ୍ଡା ପଂଚାୟତ ଫକଟପଡା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କୁ ଲାଗି ରହିଛି । ବିଜ୍ଞାପିତ ଅଂଚଳ ପରିଷଦ କୁ ଲାଗିବା ଦ୍ଵାରା ଫକଟପଡା ମଧ୍ୟ ସହରିକରଣ ହେବା ସହିତ ସହ ସହ ଘର ତିଆରି ହେଉଛି । ବର୍ତମାନ ଫକଟପଡା ସହରି ପରିବେଶ ମଧ୍ୟରେ ରହିଥିବା ବେଲେ ପଡାର ଚାରିପଟେ ରାସ୍ତା ଶୋଚନୀୟ ହୋଇପଡିଛି ଗାୟତ୍ରୀ ମନ୍ଦିର ଠାରୁ ବିଦ୍ୟୁତ ଷ୍ଟକଚର ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ହେବା ଦ୍ୱାରା ଏକ ଫୁଟ ଦୁର୍ଗନ୍ଧ ପାଣି ଭରି ରହିଛି । ଯାହାଫଳରେ ଯାତାୟତରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଗଡ୍ରାମୁଣ୍ଡା ପଂଚାୟତ ତରଫରୁ ରାସ୍ତା ନିର୍ମାଣ ପାଇଁ ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ପଡା ବାସୀ ଦାବୀ କରିଛନ୍ତି । ଏବିଷୟରେ ଖଡିଆଳ ବିଡିଓ ବିରସେନ ବେହେରା ଙ୍କୁ ଯୋଗାଯୋଗ କରାଯିବାରୁ ଅତିଶିଘ୍ର ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Post a Comment

Previous Post Next Post