ଜଳେଶ୍ୱର ୨୨/୬(ଜଗନ୍ନାଥ ଗୋଛାୟତ) ରାତିପାହିଲେ ରାଜ୍ୟର ୫ଟି ସଚିବଙ୍କ ବାଲେଶ୍ୱର ଜିଲାର ଜଳେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ପଂଚାୟତର ସମସ୍ୟା ସମାଧାନ ପାଇଁ ୯୫ଟି ବିକାଶ ପ୍ରସ୍ତାବ ଆସିବାକୁ ଥିବା ଜଣାଯାଇଛି । ସେ ଗୁଡିକ ମଧ୍ୟରେ କବି ଦୀନକୃଷ୍ଣ ଦାସଙ୍କ ପୀଠର ବିକାଶ, ସୁବର୍ଣ୍ଣରେଖା ନଦୀର ମାକିଡିଆ ଓ ଜମାଳପୁର ଠାରେ ସେତୁ ନିର୍ମାଣ, ନଦୀର ଦୁଇପଟେ ସୁଦୃଢ ବନ୍ଧ ନିର୍ମାଣ, ରାଇବଣିଆରେ ୧୩୨/୩୩ ଗ୍ରୀଡ ପ୍ରତିଷ୍ଠା, ହାତୀ କୋରିଡର, କବାଟଘାଟି ଆଶ୍ରମ ସ୍କୁଲର ବିକାଶ, ପଶ୍ଚିମବାର୍ଡ ଓ ନୂଆକୋର୍ଟଠାରେ ଫାଣ୍ଡି ପ୍ରତିଷ୍ଠା, ଉଦ୍ବୃତ୍ତ ବର୍ଷାପାଣି ନିଷ୍କାସନ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ରହିଛି । ଏଥିଲାଗି ୬୦ନଂ ଜାତୀୟ ରାଜପଥ କଡ ନୂଆକୋର୍ଟ ସନ୍ନିକଟରେ ସାଧାରଣ ଲୋକଙ୍କ ସହିତ ୫ଟି ସଚିବଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି । ପୂର୍ବରୁ କଂଗ୍ରେସ ଦଳ ବିଭିନ୍ନ ସମସ୍ୟା ନେଇ ୧୪ଟି ପ୍ରଶ୍ନ ସଚିବଙ୍କ ଉଦେ୍ଦଶ୍ୟରେ ରଖିଥିବା ବେଳେ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ହେବାର ସୂଚନା ଦିଆଯାଇଥିଲା । ଏହାକ ଲକ୍ଷ୍ୟକରି ଆଜି ଜଳେଶ୍ୱର ଏସ୍ଡିପିଓ ଦିଲ୍ଲିପ କୁମାର ସାହୁ ଓ ଆଇଆଇସି ରୋଜାଲିନ ବେହେରା ସଦଳବଳେ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କୁ ତାଙ୍କ ରହଣିସ୍ଥାନରେ ନଜରବନ୍ଦି ରଖାଯାଇଥିବା ଦଳପକ୍ଷରୁ କୁହାଯାଇଛି । ତାଙ୍କ ସହିତ ବ୍ଳକ ସଭାପତି ରାଜୀବ ପରିଡା, ଟାଉନ ସଭାପତି ଗିରିଜା ଶଂକର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ଗୋପାଳକୃଷ୍ଣ ଜେନା ପ୍ରମୁଖଙ୍କୁ ପୋଲିସ ପ୍ରତିଷେଧକ ଭାବେ ଅଟକ ରଖିଥିବା କୁହାଯାଇଛି । ଏ ସଂପର୍କରେ ଏସ୍ଡିପିଓଙ୍କୁ ପଚାରିବାରୁ ଏ ସଂପର୍କରେ କୌଣସି ସିଦ୍ଧାନ୍ତ ନିଆଯାଇନଥିବା କୁହାଯାଇଛି ।

Post a Comment