ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯୟ ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓସ୍ୱାନ କେନ୍ଦ୍ର ରୁ ଆଭାସୀ ଜରିଆରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଚଳିତ ମାସ ତା ୧୮ରେ ( ପୂର୍ବାହ୍ନ ୧୦ ଘଂ ରୁ ଅ ୦୧ ଘଂ, ଅପରାହ୍ନ ୦୨ଘଂରୁ ୦୪ ଓ ୦୪ ଘଂ ରୁ ୦୬ ଘଂ) ତିନିଟି ପର୍ଯ୍ୟାୟ ରେ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଓ ୟୁ ଏଲ ବି ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ । ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତ୍ତା ମାନେ ବନ୍ୟା ବିପର୍ଯୟ ର ସୁ ପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ପରେ ଓ ବନ୍ୟା ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ଦ୍ୱାରା ଉପସ୍ଥାପନା କରାଯିବ । ତା ୧୯ ରେ ସକାଳ ୦୯ ଘଣ୍ଟା ରୁ ମକଡ୍ରିଲ ଜିଲ୍ଲାସ୍ଥିତ ୦୬ଟି ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ବା ମକଡ୍ରିଲ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତ୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ରାୟ ମକ ଡ୍ରିଲ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମକଡ୍ରିଲ ପୂର୍ବରୁ ଫାୟାର ବିଭାଗ ଦ୍ୱାରା ବିପର୍ଯୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ଉପଯୁକ୍ତ ଯାଞ୍ଚ ଏବଂ ପରୀକ୍ଷା ପୂର୍ବକ ସଠିକ ବ୍ୟବହାର ନିମନ୍ତେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି । ବୈଠକରେ ବିଶେଷ ଭାବେ ବିପର୍ଯୟ ପୂର୍ବ, ପର ତଥା ବିପର୍ଯୟ ସମୟରେ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଷ୍ଟେକ ହୋଲଡର ଙ୍କ ଦାୟିତ୍ୱ, କର୍ତ୍ତବ୍ୟ ତଥା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ବିପର୍ଯୟ ରୁ ଜନସାଧାରଣ ଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତ୍ତବ୍ୟର ଅନୁପାଳନ କୁ ସୁନିଶ୍ଚିତ କରିବା,ଯୋଗାଯୋଗ ବ୍ୟବସ୍ଥା ର ସୁଦୃଢ଼ୀକରଣ କରିବା,ଆଶ୍ରୟ ସ୍ଥଳୀ ପରିଚାଳନା ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସ ର ମୂଳ ଉଦେଶ୍ୟ ରହିଥିବା ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡ଼ମା ବିଶ୍ୱନାଥ ନାୟକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ଆଭାସୀ ରେ ଆରକ୍ଷୀ ଅଧିକ୍ଷକ ସୋନପୁର ଅମରେଶ ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ,ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଆର ଟି ଓ ଅକ୍ଷୟ ଜେନା, ଏଡିଏମ ଓ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଳଭ ଷଡ଼ଙ୍ଗୀ, ତହସିଲଦାର ନବୀନ କିଶୋର ପାଢ଼ୀ,ନିର୍ବାହୀ ଯନ୍ତ୍ରୀ ତେଲ ଇଂ ଜିତେନ୍ଦ୍ର କୁମାର ପାଢ଼ୀ, ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁଓଡିଏଲ ଅଶୋକ ମିଶ୍ର, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ,ଡି ଆଇ ପି ଆର ଓ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ଅଗ୍ନିସମ ବିଭାଗ ଅଧିକାରୀ କବି ସେଠ, ସାମ୍ବାଦିକ ତଥା ଅନ୍ୟାନ୍ୟ ଅଧିକାରୀ ରହିଥିବା ବେଳେ ବ୍ଲକ ସ୍ତରରେ ଆଭାସୀ ଜରିଆରେ ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ବିଡ଼ିଓ, ତହସିଲଦାର, କମ୍ୟୁନିଟି କର୍ମକର୍ତ୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତ୍ତା, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ସୋନପୁର, ବିନିକା, ତରଭା ପ୍ରଭୁତି ସମନ୍ୱୟ ବୈଠକରେ ଯୋଗଦାନ କରି ନିଜର ମତାମତ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Post a Comment