ଯୋଗଦେଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ଜଳେଶ୍ୱର-୧୫/୬(ଜଗନ୍ନାଥ ଗୋଛାୟତ)ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସଂପତିଆ ପଂଚାୟତର ବାଗପୁଞ୍ଜି ଠାରେ ବାଗେଶ୍ୱରୀ କ୍ଲବ ଆନୁକୂଲ୍ୟରେ ୪ ଦିନ ବ୍ୟାପୀ ଧରିତ୍ରୀ ଉତ୍ସବକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଉଦଘାଟନ କରି ରଜ ଉତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ରୂପେ ଜଳେଶ୍ବର ବ୍ଲକ ଅଧ୍ୟକ୍ଷ ମାନସ ଜେନା,ଉପାଧ୍ୟକ୍ଷ ସଂଚିତା ସେନାପତି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।କୃପାନିଧି ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରଞ୍ଜନ ସିଂହ, ଅଜୟ ସିଂହ, ବନମାଳୀ ଗିରି,ଗୌରାଙ୍ଗ ସାମଲ ପ୍ରମୁଖ ଅତିଥି ରୂପେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଏହି ଉତ୍ସବ ଅଂଚଳର ପ୍ରତିଭା ବିକାଶ କ୍ଷେତ୍ରରେ ଯଥେଷ୍ଟ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।ଅରବିନ୍ଦ ସାମଲ ମଞ୍ଚ ପରିଚାଳନା କରିଥିବାବେଳେ ବେଳେ ଶେଷରେ ସୁଧାଂଶୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ରଜ କୁଇନ ପ୍ରତିଯୋଗିତାରେ ବିଚାରକ ରୂପେ ମାୟାବିନୀ ଧାରାବାହିକର ଅଭିନେତ୍ରୀ ଶୁଭଶ୍ରୀ ଦାସ ଓ ଅଭିନେତା ସନ୍ଦୀପ ଯୋଗଦେଇ ଥିଲେ।ଶେଷରେ ଆଶୀଷ ପାଢ଼ୀ ଓ ଡେନ୍ସ ଗ୍ରୁପ ଓ ଗାୟକ ପି.କେ.କୁମାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ।
Post a Comment