ମାଗଣା ସ୍ୱାସ୍ଥ୍ୟ ଶିବିର ୨୫୭ ଜଣ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା : ଯୋଗଦେଲେ ବରିଷ୍ଠ ବିଶେଷଜ୍ଞ ଡାକ୍ତର


କଣ୍ଟାବାଞ୍ଜି ,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ହରିଭବନ ଠାରେ ଏନ.ଏଚ.ଏମ.ଏମ.ଆଇ. ରାୟପୁର ଏବଂ ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ମିଳିତ ସହଯୋଗରେ ୧୫ ତାରିଖ ଗୁରବାର ଦିନ ନିଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜନରଳ ଲେପ୍ରୋସ୍କୋପିକ ସର୍ଜରୀ ଡାକ୍ତର ରାଜେଶ ସିଂହା , ମୁତ୍ର ରୋଗ ବିଶେଷଜ୍ଞ ଡାକ୍ତର ବରୁଣ ଶର୍ମା , ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହିଲ ଗୋସ୍ଵାମୀ , କେନ୍ସର ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ଦାସ ଶର୍ମା,ଡାକ୍ତର ସ୍ବପ୍ନିଲ କଟାରୀୟା, ଯୋଗ ଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ ଦେଲେ, ସଭାପତି ଆକାଶ ଜୈନ, ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରୂପେଶ ଅଗ୍ରୱାଲ ଯୋଗ୍ ଦେଇଥିଲେ, ଏହି ଶିବିର ରେ ୨୫୭ ଲୋକ ଙ୍କ ନିଶୁଳ୍କ ରକ୍ତଚାପ, ମଧୁମେହ ପରୀକ୍ଷା ସହ ଆବଶ୍ୟକ ଲୋକ ଙ୍କୁ ଇସିଜି ମଧ୍ୟ କରାଯାଇ ଡ଼ାକ୍ତର ପରାମର୍ଶ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିକାଶ ଶାଖା ଆକାଶ ଜୈନ, ଦୀପକ ଜୈନ, ଆଶିଷ ଖେତାନ , କୈଲାଶ ଜୈନ , , ମୌଜି ଅଗ୍ରୱାଲ , ନିଖିଳ ଅଗ୍ରୱାଲ, ମନୀଷ ଜୈନ, ଆନନ୍ଦ ମୋଟେ, ମୟଙ୍କ୍ ଜେନ, ଅନୁପ ଜୈନ, ସହଯୋଗ କରିଥିବା ବେଲେ , ଏନ.ଏଚ.ଏମ.ଏମ.ଆଇ. ରାୟପୁର ରୁ ନବୀନ ଶ୍ରୀନିବାସ , ଲୋକେଶ ସାଓ, ଅଭିନାଶ ସିନିହା, ରାହୁଲ ଲାହରେ,ସନ୍ତୋଷ ଲିଲହାରେ ଯୋଗ ଦେଇ ଥିଲେ,

Post a Comment

Previous Post Next Post