ଜଳେଶ୍ୱର ୧୫/୬ (ଜଗନ୍ନାଥ ଗୋଛାୟାତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳ ମୁଖ୍ୟତଃ ଏକ ଆଦିବାସୀ ଅଞ୍ଚଳରେ ପରିଗଣିତ ଏବଂ ଏହା ବ୍ଲକ କାର୍ଯ୍ୟାଳୟ ଠାରୁ ପାଖାପାଖି ୨୫ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ସାଧାରଣତଃ ଶିକ୍ଷାର ମାନ ବୃଦ୍ଧି ଓ ପିଲାମାନଙ୍କର ଏବଂ ଗର୍ଭବତୀ ମା ମାନଙ୍କର ପୋଷଣ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଜନ କଲ୍ୟାଣ ଯୋଜନାର ବ୍ୟତିକ୍ରମ ଖୁଦିଆମାଝୀସାହି ପଂଚାୟତର ୯ନମ୍ୱର ୱାର୍ଡ଼ର ବଳଭଦ୍ରପୁର ଅଙ୍ଗନବାଡ଼ି ଓ ଦକ୍ଷୀଣପ୍ରହରାଜପୁର ପଂଚାୟତର ମାଗୁଣୀଆପଡ଼ା କେନ୍ଦ୍ରରେ ଦେଖିବା ପାଇଁ ମିଳିଛି।ଗର୍ଭବତୀ ମା' ମାନଙ୍କ ପ୍ରତୀ ପ୍ରତି ମାସରେ ଆସୁଥିବା ଅଣ୍ଡା, ଛତୁଆ ପ୍ରଭୁତି ସାମଗ୍ରୀ ପ୍ରାୟ ଦୁଇ ମାସ ହେଲା ମିଳିପାରି ନାହିଁ ଏବଂ ପ୍ରତ୍ୟେକ ଦିନ ପିଲାମାନଙ୍କ ପାଇଁ ଆସୁଥିବା ଜଳଖିଆ ମଧ୍ୟ ଦିଆ ଯାଉନାହିଁ ବୋଲି ଅଭିଯୋଗ ହେଉଛି। ଅଭିଭାବକ ମାନେ ପଚାରିବାରୁ ଜଳଖିଆ ମିଳେ ନାହିଁ ବୋଲି ସେଠାରେ କାର୍ଯ୍ୟରତ ଦିଦି ହେମନ୍ତି ବିଶ୍ଵାଳ ଯୁକ୍ତିବାଢ଼ି ଥିଲେ। ଏହି ଅଭିଯୋଗ ସମ୍ପର୍କରେ ଗଙ୍ଗାଧର ଗାନ୍ଧୀ, ମିନାକ୍ଷୀ ନାୟକ, ଅନ୍ନପୂର୍ଣ୍ଣା ପ୍ରଧାନ, ଝରଣା ମାଝୀ, ବାସନ୍ତୀ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଜଳେଶ୍ୱର ସିଡ଼ିପିଓ ଚମ୍ପା ମୁର୍ମୁଙ୍କୁ ପଚାରିବାରୁ ସେ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Post a Comment