କଲମପୁର : ୧୯/୦୬ (ଶରତ ଚନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ଅନୁସୂଚିତ ଜାତି ବର୍ଗର ୧୫ ପରିବାର ତଥା ଆମ୍ବେଡକରବାଦ୍ ଯୁବ ସଂଗଠକ ମାନଙ୍କ ଉଦ୍ୟମ କ୍ରମେ ହର ଘର ଆମ୍ବେଡକର , ହର ଘର ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ପ୍ରତ୍ୟେକ ଅନୁସୂଚିତ ଜାତି ବର୍ଗର ପରିବାରରେ ସମ୍ବିଧାନ ଓ ବାବା ସାହେବ ଆମ୍ବେଡକରଙ୍କ ଫୋଟୋ ଚିତ୍ର ବଣ୍ଟନ କରାଯାଇଛି । ରବିବାର କଳମପୁର ଅନୁସୂଚିତ ଜାତି ବିକାଶ ପରିଷଦର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ବ୍ରାହ୍ମଣ କେନ୍ଦୁଗୁଡା ଠାରେ ଏକ ସଧାରଣ ସଭାର ଆୟୋଜନ ହୋଇଥିଲା। ପ୍ରଥମେ ଭଗବାନ ଗୌତମ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ ଡ଼ଃ ବି ଆର୍ ଆମ୍ବେଡକର ଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି, ତ୍ରିଶରଣ ପଞ୍ଚଶିଳ ପଠନ କରାଯାଇଥିଲା । ପରେ ଉପସ୍ଥିତ କର୍ମକର୍ତ୍ତା ମାନେ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହିଭଳି ମହାନ୍ ବ୍ୟକ୍ତିଙ୍କୁ ସମାଜ ଆଜି ମନେ ରଖିବା ଓ ତାଙ୍କ ବିଚାରଧାରାକୁ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହାରାମାଲ୍ ପଞ୍ଚାୟତ ସରପଞ୍ଚ ସୁଶୀଳା ଦୁର୍ଗା , ଧିମାନ ଶତ୍ରୁଘନ ବାଗ ,ଧିମାନ୍ ଧନଞ୍ଜୟ ଦ୍ଵୀପ , ଧୀମାନ ଯତୀନ୍ଦ୍ର କର, ଧିମାନ ଶ୍ରୀକାନ୍ତ ଛତ୍ରିଆ ,ବଳରାମ ଛତ୍ରିଆ, ମାଧବ ସୁନାନୀ, ଗଣେଶ ରାମ ବାଗ , ଗଣେଶ ନାଗ ପ୍ରମୁଖ ମତ ବକ୍ତ କରିଥିଲେ। କାର୍ଯ୍ୟ କ୍ରମରେ ବ୍ରାହ୍ମଣ କେନ୍ଦୁଗୁଡ଼ା ଅନୁସୂଚିତ ଜାତି ବର୍ଗର ଯଯାତୀ , କପୁର , କ୍ରୀଷ୍ଣା , ସନାତନ , ରାଜୁ , କୋକିଳ , ମୁନା , ସମ୍ଭୁ , ବିଷ୍ଣୁ , ସୁରେନ୍ଦ୍ର , ଭୋଳନାଥ , ସାନ , କୈଳାଶ , କୁନାଲ ପ୍ରମୁଖ ସହଯୋଗ କରିଥିଲେ । ଉପସ୍ଥିତ ବକ୍ତା ମାନଙ୍କର ମତାମତ ଶେଷରେ ପ୍ରତ୍ୟେକ ପରିବାରରେ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ର ଲଗା ଯାଇଥିଲା।

Post a Comment