ଘର ଉପରେ ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର


ସୋନପୁର (ସର୍ଜନ କୁମାର ପାଣ୍ଡେ) ସୋନପୁର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପାଖର ଥିବା ଅଶୋକ ବଗର୍ତ୍ତିଙ୍କ ନବ ନିର୍ମିତ ଘର ଉପର ଦେଇ ୧୧ କେଭି କେବୁଲ ବିଦ୍ୟୁତ୍ ତାର ଟଣାଯାଇଛି ଯାହାଫଳରେ ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଅଛନ୍ତି । ଅଶୋକ ବଗର୍ତ୍ତି ତାର ସ୍ଥାନାନ୍ତର କରିବା ପାଇଁ ଖାରୀ ଗ୍ରିଡର ଜେଇଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ । କିଛି ବର୍ଷ ପୂର୍ବରୁ ଅଶୋକ ବଗର୍ତ୍ତି ତାଙ୍କ ନିଜସ୍ବ ପୈତୃକ ଜମିରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗର ମନମାନି ଯୋଗୁଁ ଘର ନିର୍ମାଣ ପାଇଁ ନିଅ ଖୋଳିଥିବା ଜମି ଉପର ଦେଇ ବିଦ୍ୟୁତ୍ ତାରକୁ ନେଇଥିଲେ । ବର୍ତ୍ତମାନ ଘର ଉପରେ ବିଦ୍ୟୁତ୍ ତାର ଯାଇଥିବାରୁ ଘର ନିର୍ମାଣ ରେ ବାଧା ସୃଷ୍ଟି ହେଉଛି । ଏହି ବିଦ୍ୟୁତ୍ ତାର ପାଇଁ କାଳେ କୌଣସି ଦୁର୍ଘଟଣା ଘଟିଯିବ ବୋଲି ପରିବାରବର୍ଗ ଘର ନିର୍ମାଣ କୁ ଅଧାରେ ରଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଏ ସମ୍ପର୍କରେ ଖାରୀ ବିଦ୍ୟୁତ୍ ବିଭାଗ ସହଯୋଗ କରିବା ଦିଗରେ ଆଦୌ ତପ୍ତର ନଥିବା ଅଭିଯାଗ ହେଉଛି । ଏପରିକି ନିଜସ୍ବ ଖର୍ଚ୍ଚରେ ତାର ସ୍ଥାନାନ୍ତର କରିବାକୁ ଉପଭୋକ୍ତା କୁ ତାଗିତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଫଳରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଉକ୍ତ ପରିବାର ସ୍ୱାଭାବିକ ଭାବରେ ଜୀବନ ଅତିବାହିତ କରିପାରିବେ ବୋଲି ଏହି ଅଞ୍ଚଳ ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Post a Comment

Previous Post Next Post