ଘୋଷ ଯାତ୍ରା ଉପଲକ୍ଷେ ଜାତୀୟ ରାଜପଥ ପ୍ରାଧିକରଣ ଓ ଟୋଲ୍ ପ୍ଲାଜା ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ପାଣି ବଣ୍ଟନ


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଜଗତର ନାଥ ଜଗନ୍ନାଥଙ୍କ ଵିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରା ଚାରିଆଡ଼େ ଶ୍ରଦ୍ଧାର ସହିତ ପାଳନ ହୋଇଯାଇଛି। ସେହିପରି ଜଳେଶ୍ୱର ପୌରାଞ୍ଚଳ ନୂଆ ବଜାର ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଆନନ୍ଦ ଉତ୍ସାହର ସହିତ ରଥଯାତ୍ରା ପାଳନ ହୋଇଯାଇଛି। ସକାଳୁ ନିତିକାନ୍ତି ସହିତ ତାରିଣୀ ଛକ ନିକଟରେ ୩ଵିଗ୍ରହ ରଥାରୂଢ଼ ହୋଇଥିଲେ। ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସେବକ ରୂପେ ଛେରା ପହଁରା ଓ ଚାମର ସେବା କରିଥିଲେ । ଅପରାହ୍ନ ରେ ତାରିଣୀ ଛକରୁ ୩ ଦିଅଁଙ୍କ ରଥ ବାହାରି ୬୦ନମ୍ୱର ଜାତୀୟ ରାଜପଥ ରାସ୍ତାରେ ନୂଆ ବଜାର ରେଳପୋଲ ନିକଟସ୍ଥ ଜନ୍ମଵେଦୀ ମାଉସୀ ମାଁ ବାଡ଼ିରେ ସନ୍ଧ୍ୟା ସମୟରେ ପହଞ୍ଚି ଥିଲେ । ରାଜପଥ ପ୍ରାଧିକରଣ ପକ୍ଷରୁ ଏନ ଏଚ୍ ୬୦ରେ ଶୃଙ୍ଖଳିତ ରଥ ଟାଣିବା ଲାଗି ବ୍ୟାପକ ସୁ ବନ୍ଦୋବସ୍ତ କରାଯାଇଥିଲା।ଦାରୁଣ ନିଦାଘ ରେ ଶହଶହ ଭକ୍ତଙ୍କ ମେଳରେ ଟ୍ରେଙ୍କର ଯୋଗେ ରାଜପଥରେ ପାଣି ଢାଳିବା ଓ ଛିଞ୍ଚନ କରିବା ଯାନ ଚଳାଚଳ କୁ ଶୃଙ୍ଖଳିତ କରିବା ଓ ଶ୍ରଦ୍ଧାଳୁ ଙ୍କୁ ବିଶୁଦ୍ଧ ପାନୀୟ ଜଳର ସୁ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଖଡ଼ଗପୁର-ଵାଲେଶ୍ୱର ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ସଞ୍ଜୟ ଘୋଟକ, ଲଖ୍ମଣ ନାଥ ଟୋଲ ପ୍ଲାଜା ଅଧିକାରୀ ଶଶିଭୂଷଣ କୁମାର ଇଂ ହେମନ୍ତ କୁମାରଙ୍କ ନେତୃତ୍ବରେ ବହୁ ପେଟ୍ରୋଲିଂ କର୍ମଚାରୀ ଏହି ସେବା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post