ଜଳେଶ୍ଵର,୬/୬:(ଜଗନ୍ନାଥ ଗୋଛାୟତ) ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆରୋଗ୍ୟ ପାଇଁ ସମ୍ବାଦ- ଆମଓଡ଼ିଶା, ରାସଗୋବିନ୍ଦପୁର ବିକାଶ ମଞ୍ଚ ପକ୍ଷରୁ ରୋଟାରି କ୍ଲବ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଭବନରେ ଅନୁଷ୍ଠିତ ହୋଇଥିଲା। ରାସଗୋବିନ୍ଦପୁର ସମ୍ବାଦ ବ୍ଲକ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ପ୍ରଦୀପ କୁମାର ଦାସ, ସାମ୍ବାଦିକ ତନ୍ମୟ ମହାନ୍ତି ଓ ଶିକ୍ଷକ ବିଶ୍ଵଜିତ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଗାନ୍ଧୀବାଦୀ ଡ଼. ଆଦିତ୍ୟ ପଟ୍ଟନାୟକ, ସମାଜସେବୀ ଡ଼.ବ୍ରଜ ଭାଈ, ରାସଗୋବିନ୍ଦପୁର ବିଡ଼ିଓ ଲାଲାଟେନ୍ଦୁ ସି, ତହସିଲଦାର ମୋହନୀ ନାୟକ ଓ ଥାନାଧିକାରୀ ରଞ୍ଜନ ସେଠୀ ମିଳିତ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତ, ସିଆରସିସି ଜଗନ୍ନାଥ ପଣ୍ଡା, ରୋଟାରିଆନ ଅଜିତ ପ୍ରଧାନ, କ୍ଷେତ୍ରମୋହନ ପ୍ରଧାନ, ଶିକ୍ଷକ ପ୍ରଶାନ୍ତ ଲେଙ୍କା, ଅମରଜିତ ଦାସ, ବିନୋଦ ବିହାରୀ ଦାସ, ରାମଚନ୍ଦ୍ର ମୂର୍ମୁ, ସେକ ଇବ୍ରାହିମ, ଯୋଗେନ୍ଦ୍ର ମହାନ୍ତି, ଅମୂଲ୍ୟ ଗିରି, ସ୍ୱାସ୍ଥ୍ୟକର୍ମୀ ନିଗମାନନ୍ଦ ମହାନ୍ତି ଓ ବାରିପଦା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଗଣେଶ ଚନ୍ଦ୍ର ପାଲ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସାମ୍ବାଦିକ ଇନ୍ଦ୍ରଜିତ ଦାସ, ଅଶୋକ ମହାନ୍ତି, ସନ୍ତୋଷ ମହାନ୍ତି, ଉତ୍କଳ କେଶରୀ ପାଳ, ମନୋରଞ୍ଜନ ମହାନ୍ତି, ସତ୍ୟବାଦୀ ପରିଡ଼ା, ଶାନ୍ତୁନ କୁମାର ମହାନ୍ତ ଶିବିରକୁ ପରିଚାଳନା କରିଥିଲେ। ଏସ୍ କେ ଆଜାଦ୍, ରାହୁଲ ମହାନ୍ତି, ସମର୍ଜିତ ଦାସ, ଦେବାଶିଷ ବାନାର୍ଜୀ, ଉତ୍ତମ ସାହୁ, ପ୍ରଜ୍ଞାନ ଦାସ, ଅଭିଜିତ ମହାନ୍ତି, ବିକାଶ ମହାନ୍ତି, ଅତୁନ ମହାନ୍ତି, ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ସହଯୋଗ କରିଥିଲେ। ଶ୍ରୀ ମହାନ୍ତି ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment