କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦିନିକିଆଁ ନୂଆପଡା ଜିଲ୍ଲା ଗସ୍ତ


ନୂଆପଡ଼ା (ପରମେଶ୍ବର ମେହେର) କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦିନିକିଆଁ ନୂଆପଡା ଜିଲ୍ଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି. ରାୟପୁର ରୁ ସଡ଼କ ପଥରେ ଓଡିଶା ଛତିଶଗଡ଼ ସୀମାରେ ତାଙ୍କୁ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ. ବିଶାଲ ଜଣ ସମ୍ପର୍କ ଅଭିଯାନ ରେ ଖରିଆର ରୋଡ ଠାରେ ବିକାଶ ତୀର୍ଥ ରେଳ ଷ୍ଟେସନ କୁ ପରିଦର୍ଶନ କରିଥିଲେ. ରେଳ ଷ୍ଟେସନ ମାଷ୍ଟର ସହ ଆଲୋଚନା କରିଛନ୍ତି. କେନ୍ଦ୍ର ସରକାରଙ୍କ ଜଣ କଲ୍ୟାଣକାରୀ ଯୋଜନା କୁ ଲୋକାଭିମୁଖୀ କରିବା ସହ ରାଜ୍ୟ ସରକାର କେନ୍ଦ୍ର ଯୋଜନା କୁ ନିଜ ନାମ ଦେଇ ଭ୍ରମିତ କରୁଛନ୍ତି. ଏହି ମହା ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ. ଗସ୍ତରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଖରିଆର ରୋଡ଼, କୋମନା ଏବଂ ଖଡ଼ିଆଳ, ବୋଡେ଼ନ ସିନାପାଲି ଗସ୍ତ କରି ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ. ଖଡ଼ିଆଳ ଠାରେ ସାମ୍ବାଦିକଙ୍କୁ ସାକ୍ଷାତ କରି ନରେନ୍ଦ୍ର ମୋଦିଙ୍କ ନଅ ବର୍ଷ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନା କୁ ଜନସାଧାରଣ ନିକଟଙ୍କୁ ପହଞ୍ଚାଇବା ପାଇଁ ଭାରତର ପ୍ରତ୍ୟେକ ଲୋକସଭା କ୍ଷେତ୍ର. ରେ ।

Post a Comment

Previous Post Next Post