ଜଳେଶ୍ୱର,୦୭/୦୬(ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ଅଂଚଳରେ ପନିର ଓ ଘିଅର ନୂତନ ଫେକ୍ଟରୀ ଶିବଶକ୍ତି ମିଲ୍କ୍ ଏଣ୍ଡ ଫୁଡ ପ୍ରଡକ୍ଟସର ଶୁଭ ଉଦ୍ଘାଟନ ମାନ୍ୟବର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଜଳେଶ୍ୱର ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ଫ୍ୟାକ୍ଟରୀର ମୁଖ୍ୟ କେଶବ କୁମାର ଦେ ତଥା ତାଙ୍କ ପିତା ଜୟନ୍ତ କୁମାର ଦେ ପ୍ରମୁଖ ଯୋଗଦେଇ ଏହି ଉତ୍ପାଦିତ ଦ୍ରବ୍ୟର ଓ ବଜାର ଚାହିଦା ଉପରେ ସୂଚନା ଦେଇଥିଲେ । ଜଳେଶ୍ୱରରେ ଏହିପରି କ୍ଷୁଦ୍ର କ୍ଷୁଦ୍ର ଶିଳ୍ପ ଖୋଲିଲେ ଦିନେ ଜଳେଶ୍ୱରର ଉନ୍ନତି ହେବା ସହିତ ଲୋକଙ୍କର ବିକାଶ ହେବ ବୋଲି ପୈାରାଧ୍ୟକ୍ଷ ଆଶାବ୍ୟକ୍ତ କରିଥିଲେ । ଏହି ଫେକ୍ଟରୀରୁ ଏବେ ପ୍ରତ୍ୟେକ ଦିନ ୪ଟନରୁ ଉର୍ଦ୍ଧ ପନୀର ଉତ୍ପାଦନ ହେଉଥିବା ବେଳେ ଓଡିଶା, ଛତିଶଗଡ, ଝାଡଖଣ୍ଡ ଇତ୍ୟାଦି ରାଜ୍ୟକୁ ରତ୍ପାନୀ କରାଯାଉଛି । ପରବର୍ତୀ ସମୟରେ ଏହି କୋମ୍ପାନୀ ଦୁଗ୍ଧ ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ କରିବା ସହିତ ତାର ଉତ୍ପାଦନ ସାରା ଦେଶରେ ପହଂଚାଇବାର ଆଶା ରଖିଛି ବୋଲି କୋମ୍ପାନୀ ମୁଖ୍ୟ ଶ୍ରୀ ଦେ ପ୍ରକାଶ କରିଛନ୍ତି । ଶେଷରେ ସୁକାନ୍ତ କୁମାର ଦେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment