ବିଷାକ୍ତସାପ କାମୁଡାରେ ଦୁଇ ନାବାଳିକା ମୃତ୍ୟୁ


କଣ୍ଟାମାଳ (ମନଧରକର୍ମୀ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌରୀବେଙ୍ଗେଶ ଗ୍ରାମର ସୁରେନ୍ଦ୍ରି ନାଏକ ( ୧୭) ଝରଣା ଭୋଇ (୧୭) ଗତ କାଲି ସନ୍ଧ୍ୟା ରେ କଣ୍ଟାମାଳ ରେଞ୍ଜ ଖଲିଆପାଲି ସେକ୍ସନ ର ପୁଟାଖେତା ଗ୍ରାମର ପତର ଫଡିରେ ପତର ବାନ୍ଧିବା ପାଇଁ ଯାଇଥିଲେ ସେଠାରେ ତାଙ୍କୁ ବିଷାକ୍ତ ସାପ କାମୁଡିବା ରୁ ତାଙ୍କର ପରିବାର ଲୋକ କଣ୍ଟାମାଳ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ତାଙ୍କୁ ଡାକ୍ତର ଜଗଦିଶ ସେଠୀ ମୃତ୍ୟୁ ଘୋଷଣା କରିଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି।

Post a Comment

Previous Post Next Post