ଜଳେଶ୍ଵର ବ୍ଲକ, ୧୪/୦୬(ଜଗନ୍ନାଥ ଗୋଛାୟତ) ଚୋରା ଗୋ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଦୁଇ ଗୋଚାଲାଣକାରୀ ଅଟକ ହେବା ସହ,୧୩ ଗୋରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା ସମୟରେ ରାଇବଣିଆ ଥାନା ଓଲମରା ଅଞ୍ଚଳର ଶେଖ ଇରଫଜ ଓ ତାଙ୍କ ସହଯୋଗୀ ୧୩ଟି ଗୋରୁ କୁ ଦଉଡିରେ ବାନ୍ଧି ନେଉଥିବା ବେଳେ ରାଇବଣିଆ ଥାନା ତେଘରି ନିକଟରେ କେତେକ ଗ୍ରାମବାସୀ ସେମାନଙ୍କୁ ଅଟକାଇ ଥିଲେ। ପଚରା ଉଚରା ପରେ ସେମାନଙ୍କ ଘର ଓଲମରା ଗ୍ରାମର ବୋଲି କହିବା ସହ ସେମାନେ ରାଜଘାଟ ନିକଟରୁ ଗୋରୁ ଗୋଡିକ ନେଇ ଆସିଛନ୍ତି ବୋଲି କହିଥିଲେ। ଅଭିଯୁକ୍ତ ମାନେ ପ୍ରକାଶ କରିଥିଲେ କି ଭଦ୍ରକ ରୁ ଗୋରୁ ଗୁଡ଼ିକ ଟ୍ରକ ଓ ପିକଅପ ସାହାଯ୍ୟରେ ରାଜଘାଟରେ ପହଞ୍ଚି ଥାଏ।ସେଠାରୁ ଗୋରୁ ଗୁଡିକୁ ଓହ୍ଲାଇ ବିଭିନ୍ନ ଗଳା ବାଟ ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରା ଯାଇଥାଏ।ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।ଖବର ପାଇ ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିଲେ।ଉଦ୍ଧାର ହୋଇଥିବା ଗୋରୁ ଗୁଡିକ ବଳରାମ ସାହୁ, ଜଗନ୍ନାଥ ରାଉତ, ପାର୍ଥସାରଥୀ ଜେନା, ପଦ୍ମଲୋଚନ ଦେ, ସରୋଜ ଦେ ପ୍ରମୁଖ ଗ୍ରାମବାସୀଙ୍କ ସହାୟତାରେ ବାଲେଶ୍ଵର ଗୋଶାଳା କୁ ପଠାଯାଇଛି। ତେବେ ପୋଲିସ ପ୍ରଶାସନ ଓ କେତେକ ସଂଗଠନ ପକ୍ଷରୁ ଚୋରା ଗୋ ଚାଲାଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରା ଯାଉଥିଲେ ମଧ୍ୟ ଗୋ ଚାଲାଣ ବନ୍ଦ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Post a Comment