ବିଶ୍ବ ରକ୍ତଦାତା ଦିବସରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ


କଣ୍ଟାବାଞ୍ଜି ୧୪/୦୬ (ଆଜତକ୍ ଓଡ଼ିଶା) ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱର ଆନୁକୂଲ୍ୟରେ ରେଡକ୍ରସ ଭବନରେ ରାଜ୍ୟ ସ୍ତରୀୟ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଥିଲା।ଏହି ଅବସରରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ରକ୍ତ ନାୟକ ସମ୍ମାନ ପ୍ରଦାନ କରାଯାଇଥିଲା।ଓଡିଶା ରାଜ୍ୟ ଶାଖାର ସମ୍ପାଦକ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ଡାକ୍ତର ଦେବୀ ପ୍ରସାଦ ରଥ,ଡାକ୍ତର ପି କେ ମହାରଣା, ଡାକ୍ତର ନୀଳକଣ୍ଠ ମିଶ୍ର, ରାଜ୍ୟ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱ।ଇଁ,ପୋଲିସ କମିଶନର ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ମହତ ଦାନ ବୋଲି ମତ ଦେଇଥିଲେ।ପ୍ରକାଶ ଥାଉକି ଶ୍ରୀ ଦାଶ କରୋନା ସମୟରେ ରୋଗୀ ମାନଙ୍କ ସେବା ସହିତ ରକ୍ତ ଯୋଗେଇବା ଓ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ।ଭୋକିଲା ଲୋକଙ୍କୁ ଖାଦ୍ୟ, ମାସ୍କ,ସେନିଟାଇଜର ବଣ୍ଟନ କରିବା ସହିତ ସଚେତନତା ସଭା ଆୟୋଜନ କରି ବେଶ ଲୋକପ୍ରିୟ ହୋଇଥିଲେ।ଏଭଳି କାମପାଇଁ ଶ୍ରୀ ଦାଶ ନିଫା ଠାରୁ ରକ୍ତ ନାୟକ, ଲାଇଫ ସେଭର ଏଓ୍ୱ।ର୍ଡ ପାଇଛନ୍ତି।

Post a Comment

Previous Post Next Post