ଦୁର୍ନୀତି ର ଗନ୍ତାଘର ପାଳଟିଛି ଗୋଲାମୁଣ୍ଡା ବ୍ଲକ:ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ କରୁଛି କାମ


ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାନଙ୍କୁ ମନରେଗା ଯୋଜନାରେ ବର୍ଷକୁ ୧୦୦ ଦିନର କାମ ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତର ଗରଗାଵ ଖେଳ ପଡ଼ିଆ ଉନ୍ନତି କରଣ ପାଇଁ ୧୦ ଲକ୍ଷ୍ୟରଟଙ୍କାର ଦୁଇ ଗୋଟି ସୂଚନା ଫଳକ ଦର୍ଶାଯାଇଛି । ସୂଚନା ଫଳକ ମୁତାବକ ଶ୍ରମିକ କାମ କରିବାର ନିୟମ ଥିବାବେଳେ ଜେସିବି ମେସିନ ଓ ଟ୍ରାକ୍ଟର ବ୍ୟବହୃତ କରାଯାଇଥିବା ଗାଁଲୋକଙ୍କ ଅଭିଯୋଗ ହୋଇଛି । ଅଞ୍ଚଳର ଶ୍ରମିକମାନେ କାମ ନ ପାଇ ଦାଦନ ଖଟିଯାଇ ଶବ ହୋଇ ଗାଁକୁ ଫେରୁଛନ୍ତି ଏ ନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । କିଛି ଦିନ ତଳେ ହରି ପାୟାଙ୍କ ଜମିରେ ଜେସିବି ମେସିନ ଲଗାଇ ଟ୍ରାକ୍ଟରେ ମାଟି ବୁହାହୋଇ ଖେଳପଡ଼ିଆରେ ମାଟି ପକାଯାଉଥିଲା । ଜେସିବି ମେସିନକୁ ଫଟୋ ଉଠାଇଥିବା ସମୟରେ ଗ୍ରାମର ହରି ପାୟା ନିଜ ଜମି ମରାମତି କରୁଥିବା କହି ଗଣମାଧ୍ୟମପ୍ରତିନିଧିଙ୍କ ଉପରେ ରାଗିଯାଇଥିଲେ । ମେସିନ କାମ କରୁଥିବା ସମୟରେ ଗାଁସାଥୀ ମହେନ୍ଦ୍ର ବାଗ ମଧ୍ୟ ଉପସ୍ଥିତ ଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହୁଥିବା ବେଳେ ଜମି ମରାମତି କାମ ନା ମନରେଗା କାମ ପ୍ରଶାସନ ପକ୍ଷରୁ ତଦନ୍ତ ଜରୁରୀ ହୋଇ ପଡିଛି । ହରି ପାୟାଙ୍କୁ କେମେରା ସମ୍ମୁଖରେ ପ୍ରତିକ୍ରିୟା ମାଗିଲେ ମୁହଁ ବୁଲେଇ ଚାଲିଯାଉଛନ୍ତି । ଏପଟେ ଜେସିବି ମେସିନ କାମ ଉପରେ ପିଇଓ ଯୁଧିଷ୍ଠି ଗହୀର ଏବଂ ଜିଆରଏସ କୋଦଣ୍ଡ ବୁଦ୍ଧିଆଙ୍କୁ ପଚାରିଲେ ଚୁପ ରହୁଥିବା ନେଇ ସନ୍ଧେହ ଉପୁଜିଛି । ଗରଗାଵ ଖେଳ ପଡ଼ିଆ ଉପରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶାଲୟରୁ ଉଚ୍ଚସ୍ତରୀୟ ତଦନ୍ତ କରି ମନରେଗା ଯୋଜନାରେ ଆତ୍ମସାତ କରିଥିବା କର୍ମଚାରୀଙ୍କ ପ୍ରତି ଦୃଢକାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Post a Comment

Previous Post Next Post