ମଧ୍ୟାହ୍ନ ଭୋଜନ ପୂଜାରୀ (ପାଚିକା) ଓ ସହକାରୀଙ୍କୁ ତାଲିମ ପ୍ରଦାନ



ଜଳେଶ୍ବର ୭/୬ (ଜଗନ୍ନାଥ ଗୋଛାୟତ) ଆଜି ପୂର୍ବାହ୍ନ ୭ ଘଟିକା ସମୟରେ ଏସ ଏନ୍ ହାଇସ୍କୁଲ ପରିସରରେ ପଶ୍ଚିମବାର୍ଡ ଓ ମେଦିନୀପୁର କ୍ଲଷ୍ଟର ଅଧୀନ ସମସ୍ତ ମଧ୍ୟାହ୍ନ ଭୋଜନ ପୂଜାରୀ (ପାଚିକା) ଓ ସହାୟିକା ମାନଙ୍କୁ ଦକ୍ଷ ତାଲିମଦାତାଙ୍କ ଦ୍ଵାରା ତାଲିମ ପ୍ରଦାନ କରା ଯାଇଛି। ଉକ୍ତ ତାଲିମ କେନ୍ଦ୍ରରେ ୫୦ ଜଣ ପାଚିକା ଭାଗ ନେଇଥିବା ବେଳେ ତାଲିମଦାତା ଭାବେ ପଶ୍ଚିମବାର୍ଡ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଶ୍ରୀକାନ୍ତ ଚରଣ ଧଳ ଓ ମାଷ୍ଟର ଟ୍ରେନର ଭାବେ ମଧ୍ୟାହ୍ନ ଭୋଜନ ସଂଘ ନେତ୍ରୀ ଇଷାଣି ଶଢ଼ଙ୍ଗି ଉପସ୍ଥିତ ହୋଇ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜଳେଶ୍ଵର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତଥା ବ୍ଲକ ସଂଯୋଜକ ସୁଶାନ୍ତ କୁମାର ଜେନା ପରିଦର୍ଶନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ବାଗ, ସହକାରୀ ଶିକ୍ଷକ ପଙ୍କଜ କୁମାର ଗିରି, କର୍ପୁରା ସରେନ, ରାଜେଶ ଜେନା ଓ ସୁଜାତା ସିଂ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post