ଉଦନ୍ତି ଅଭୟାରଣ୍ୟରେ ମହାବଳ ବାଘ ଶିକାର କରିଥିବା ଅଭିଯୋଗରେ ୫ ଜଣଙ୍କୁ ବନବିଭାଗ ଗିରଫ କରିଛି।


ନୂଆପଡ଼ା (ରିଖିରାମ ଦଳ) ନୂଆପଡା ଜିଲ୍ଲା ବନବିଭାଗର ଏକ ଟିମ ବୋଡେ଼ନ ବ୍ଲକର ଖଡୁପାଣି ଗାଁ ସମେତ ଚିକଲଛୁଆଁ ଏବଂ ପାଟଧରା ଅଂଚଳ ରେ ଚଢାଉ କରି ଏହି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଏକ ଛୋଟ ବାଘ ଛାଳ, ବାଘନଖ, ବାଘଦାନ୍ତ, ଏକ ବଜ୍ରକାପ୍ତା, ଗୋଟିଏ ଦେଶୀ ବନ୍ଧୁକ,ଜନ୍ତୁ ଧରିବା ଫାଶ ଜବତ କରିଛି। ଘଟଣାର ତଦନ୍ତ ଜାରି ରଖିଥିବା ଖଡ଼ିଆଳ ଡ଼ିଏଫଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଗିରଫ ମାନେ ହେଲେ ବୋଡେ଼ନ ଥାନା ଖଡୁପାଣି ଗାଁ ର ବଦନ ମାଝୀ (୪୫), ଚିକଲଛୁଆଁ ଗାଁ ର ଖଗେଶ୍ୱର ମାଝୀ (୬୨) ପାଟଧରା ଗାଁର ବଡ ମାଝୀ (୬୧),ସଚିନ୍ଦ୍ର ମାଝୀ (୩୬)ଏବଂ ଖଡ଼ିଆଳ ଥାନା ଭାଲୁଡୋଙ୍ଗରି ଗାଁ ର ଅଚ୍ୟୁତାନନ୍ଦ ମାଝୀ
 ମିଳିଥିବା ସୂଚନା ଅନୁସାରେ ପଡୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଉଦନ୍ତି ଅଭୟାରଣ୍ୟ ରେ ଛତିଶଗଡ ବନ ବିଭାଗ ପକ୍ଷ ରୁ ବାଘ ର ଗତିବିଧି ଜାଣିବା ପାଇଁ ଟ୍ରାପ୍ କ୍ୟାମେରା ଖଞ୍ଜା ଯାଇଥିଲା। ଉକ୍ତ କ୍ୟାମେରାରେ ଦୁଇଗୋଟି ମହାବଳ ବାଘ ଚଳପ୍ରଚଳ କରୁଥିବା କଏଦ ହୋଇଥିଲା

Post a Comment

Previous Post Next Post