ଜଳେଶ୍ଵର (ଜଗନ୍ନାଥ ଗୋଛାୟତ) ୦୨/୦୬/୨୩ ସଂନ୍ଧ୍ୟାରେ ଟ୍ରେନ ଦୁର୍ଘଟଣା ରେ ସହ ସହ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ହଜାରେ ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଦେଶର ସବୁଠାରୁ ବଡ଼ ଓ ଭୟଙ୍କର ଦୁର୍ଘଟଣା। ମାନବ କୃତ ଭୁଲ ପାଇଁ ସହ ସହ ଲୋକଙ୍କୁ ଜୀବନ ଦେବାକୁ ପଡ଼ିଲା। ଯେଉଁ କର୍ମଚାରୀ ମାନେ ଏଥିପାଇଁ ଦାୟୀ ସେମାନଙ୍କୁ କଠୋର ରୁ କଠୋର ତମ ଦଣ୍ଡ ଦେବା ସହ ସାମାନ୍ୟ ତମ ନୈତିକତା ଓ ମାନବିକତା ଥିଲେ ରେଳ ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ। ରେଳ ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା କ୍ଷତି ପୂରଣ କୁ ବଢାଇ ମୃତାହତ ପରିବାର ଙ୍କୁ ୧୦ ଲକ୍ଷ ନୁହେଁ ୫୦ ଲକ୍ଷ ଏବଂ ଗୁରୁତର ଆହତ ବ୍ୟକ୍ତି ଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦିଆଯାଉ। ଏହି ଦୁର୍ଘଟଣା ରେ ସରକାରୀ ସାହାଯ୍ୟ ପହଁଚିବା ପୂର୍ବ ରୁ ସାଧାରଣ ଜନତା ଯେଉଁ ମହାନତା ଓ ମାନବିକତା ଦେଖାଇଲେ ସିପିଆଇ ଏମ୍ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ମୃତାହତ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତ ମାନଙ୍କ ର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସିପିଆଇ ଏମ୍ ଜଳେଶ୍ଵର ଲୋକାଲ୍ କମିଟି ସଂପାଦକ ଦିଲ୍ଲୀପ କୁମାର ଗିରି ଜଣାଇଛନ୍ତି।
Post a Comment