ଜଳେଶ୍ୱର, ୧୨ ।୦୬ (ଜଗନ୍ନାଥ ଗୋଛାୟତ): ବିଳମ୍ବିତ ରାତ୍ରୀରେ ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତ ୧୧ତାରିଖ ରାତ୍ରୀରେ ୫୭ନଂ ରାଜ୍ୟ ରାଜପଥ ବାଣିଦା ଛକ ନିକଟରେ ଏକ ବାଇକ ଓ ବୋଲେର ମୁହାଁମୁହିଁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏବଂ ବୋଲେରଟି ଭାରସ୍ୟାମ ହରାଇ ନୟନଜୋରୀକୁ ଓଲୋଟି ପଡିଥିଲା । ଫଳରେ ବୋଲେର ମଧ୍ୟରେ ଥିବା ୬ଜଣ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହିତ ଜି.କେ ଭଟ୍ଟର ହସପିଟାଲକୁ ନେଇଯାଇଥିଲେ । ଜଣାଯାଇଛି ଏହି ବରଯାତ୍ରୀ ଦଳ ପଶ୍ଚିମପୁରକୁ ବର ବାହା କରାଇବା ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

Post a Comment