ବସୁମତୀ ସାହିତ୍ୟ ସଂସଦ ପକ୍ଷରୁ କବି ସମ୍ମଳନୀ ଅନୁଷ୍ଠିତ


କୋରାପୁଟ : (ଆଜତକ୍ ଓଡ଼ିଶା) ସ୍ଥାନୀୟ ରାଜନଗର ସ୍ଥିତ ଜ୍ୟୋତି କଲ୍ୟାଣ ମଣ୍ଡପ ପରିସରରେ ବସୁମତୀ ସାହିତ୍ୟ ସଂସଦ, ଜୟପୁର ତରଫରୁ ରଜ ମଉଜ ଉତ୍ସବ ପାଳନ ଅବସରରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମଦନ ମୋହନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀଯୁକ୍ତ ମହାଦେବ ଶତପଥି , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଇନଜୀବୀ ଶ୍ରୀଯୁକ୍ତ ହରିହର କରସୁଧା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଡାକ୍ତର ଭବାନୀ ଚରଣ ଆଚାର୍ଯ୍ୟ ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗ : ପରିବେଶ ସୁରକ୍ଷା ପାଇଁ ସାହିତ୍ୟିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର କବି ଓ କବୟିତ୍ରୀବୃନ୍ଦ ଉପସ୍ଥିତରହି ସ୍ଵ ସ୍ୱ ରଚିତ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ କବି ଚକ୍ରପାଣି ପରିଛା, ବାସନ୍ତୀଲତା ଜେନା, ସ୍ଵର୍ଣ୍ଣଲତା ପଟ୍ଟନାୟକ , କବିତା ସାହୁ, ଜାନକୀ ପାଣଗ୍ରାହୀ, ମହାଦେବ ଶତପଥି, କୃଷ୍ଣଚନ୍ଦ୍ର ହୋତା, ଡ.ଅଶୋକ ମହାନ୍ତି,ଦେବେନ୍ଦ୍ର କୁମାର ରାଜୁ, ମାଧୁରୀ ପଣ୍ଡା, ସନ୍ଧ୍ୟାରାଣୀ ସାହୁ,କିଶୋର ମିଶ୍ର, ସନ୍ତୋଷ କୁମାର ସାହୁ, ନାରାୟଣ ସଗର, ଧନେଶ୍ଵର ମହାପାତ୍ର, ଚିନ୍ମୟୀ ସାହୁ,ଗୌରୀ ପଣ୍ଡା,ମନୋରଞ୍ଜନ ପଣ୍ଡା, ଅଶୋକ ପାଢ଼ୀ, ରାଜୀବ କୁମାର ନାୟକ, ଜଳଧର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ରିତାଞ୍ଜଳି ଡାକୁଆ, ଶୋଭାଗିନୀ ନନ୍ଦ, ଭାବଚନ୍ଦ୍ରିକା ଦେବୀ, ସରସ୍ୱତୀ ସାହୁ, ବାସନ୍ତୀ ମିଶ୍ର,ଭାରତୀ ମିଶ୍ର,ତାରିଣୀ ପ୍ରସାଦ ମିଶ୍ର, ପୁଷ୍ପାଞ୍ଜଳି ଦେବୀ, ଭଗବାନ ସାବତ, ମିନତୀ ପଟ୍ଟନାୟକ , ପ୍ରପର୍ଣୀ ପାଣିଗ୍ରାହୀ, ଗୌରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ଯଜ୍ଞେଶ୍ଵର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଘାସିରାମ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କବି ମୁଦିରଥ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦୀତ୍ୱିୟ ଚରଣରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ନିହାର ରଞ୍ଜନ ରାଉତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କବି କୃଷ୍ଣ ଚନ୍ଦ୍ର ହୋତା ଏବଂ ସଂଯୋଜିକା ଭାବେ କବୟିତ୍ରୀ ପ୍ରଭାସିନୀ ମହାନ୍ତି ଶୋଭାଗିନି ନନ୍ଦ କବିତା ସଂଯୋଜନା କରିଥିଲେ। କବୟିତ୍ରୀ ଭାବ ଚନ୍ଦ୍ରିକା ଦେବୀ ଦ୍ଵିତୀୟ ପର୍ଯ୍ୟାୟ ରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମରେ ଉପସ୍ଥିତ ଥିବା ଅନ୍ୟାନ୍ୟ ବୁଦ୍ଧଜୀବୀ ତଥା ସହିତ୍ୟାନୁରାଗୀଗଣ ହେଲେ ଡ. ସୁରେଶ ଦାଶ, ଶ୍ରୀନାଥ ମିଶ୍ର, ପ୍ରକାଶ ମହାନନ୍ଦିଆ, କୈଳାଶ ସାମନ୍ତରାୟ , ମଧୁସୂଦନ ମିଶ୍ର, ପ୍ରମୋଦ ରାଉଳ, ଅବିନାଶ ସାନ୍ତ୍ରାପାତ୍ର, ରାମକୃଷ୍ଣ ସାହୁ,ଜୟନ୍ତୀ ସାହୁ ,ଡାକ୍ତର ଦେବେନ୍ଦ୍ର ତ୍ରିପାଠୀ, ନରସିଂହ ପାଣିଗ୍ରାହୀ, ଗଙ୍ଗାଧର ମିଶ୍ର, ବବିତା ଦାସ, ପ୍ରଦୀପ୍ତ କୁମାର ନାୟକ, ସୁରେନ୍ଦ୍ର କୁମାର ପୃଷ୍ଟି, ଗୀତାଞ୍ଜଳୀ ବେହେରା,ଡାକ୍ତର ମନୋଜ କୁମାର ବିଶ୍ବାଳ,କନକ ବାରିକ ପ୍ରମୁଖଗଣ ।ସଂପାଦକ ଚନ୍ଦ୍ରମଣି ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post a Comment

Previous Post Next Post