ଗୋବରଘାଟାରେ ସ୍ୱର୍ଗତ ତପନ କୁମାର ସିଂହଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର


ଜଳେଶ୍ବର ୨୩/୫ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକର ଗୋବରଘଟା ପଞ୍ଚାୟତର ଲକ୍ଷଣନାଥ ରୋଡ଼ ହାଟପଦା ନିଉଫ୍ରେଣ୍ଡସ କ୍ଲବର ସଭ୍ୟ ସ୍ୱର୍ଗତ ତପନ କୁମାର ସିଂହଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ସନ୍ଧ୍ୟାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କ୍ଳବ ଓ ସମ୍ବାଦ ଆମ ଓଡ଼ିଶା ଏବଂ ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଓମ କଲ୍ୟାଣ ମଣ୍ଡପ ହାଟପଦା ପରିସରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସରପଞ୍ଚ ବୁଦ୍ଧେଶ୍ଵର ପ୍ରଧାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ଡାକ୍ତର ତାରାକାନ୍ତ ନନ୍ଦ, ସୁଦାମ ପାତ୍ର, ରବୀନ୍ଦ୍ର ବାରିକ ଓ ଗଣେଶ ଚନ୍ଦ୍ର ସିଂହ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ କ୍ଲବ ସଭାପତି ଉତ୍ତମ କୁମାର ପ୍ରଧାନ, ସମ୍ପାଦକ ରାଜେଶ କୁମାର ରାୟ, ଖଗେନ୍ଦ୍ର ରଣା, ବିଶ୍ୱଜିତ ପାଳ ଶିବିରକୁ ପରିଚାଳନା କରିଥିଲେ। ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Post a Comment

Previous Post Next Post