ବାଲେଶ୍ୱର (ପ୍ରଭାକର ମଲ୍ଲିକ) ସରକାର ସବୁ ବେଳେ କହୁଛନ୍ତି ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି ସହିତ ପରିମଳ ସୁରକ୍ଷା ଶୌଚାଳୟ ଯୋଗାଇ ଦିଆ ଯାଇଛି । ହେଲେ ବାସ୍ତବ ଚିତ୍ର ଠିକ ଓଲଟା।ଗାଁ ଗହଳି କଥା ଛାଡ଼ନ୍ତୁ ଖୁଦ ବାଲିଆପାଳ ମୁଖ୍ୟ ବଜାର ବ୍ଲକ ଛକରେ ୩ ଦିନ ହେଲା ପାଇପରୁ ମଇଳା ଦୂଷିତ ଦୁର୍ଘନ୍ଧ ଯୁକ୍ତ ପାଣି ବାହାରୁଛି।ଅଭିଯୋଗ କଲେବି ପ୍ରତିକାର ବ୍ୟବସ୍ଥା ନାହିଁ।ଶୁଣିବାକୁ କେହି ନାହାନ୍ତି ନା ଲୋଜ ପ୍ରତିନିଧି ନା ସରକାରୀ ଅଫିସର । ବ୍ଲକ ଛକରେ ଦୀର୍ଘଦିନ ହେଲା ପିଇବା ପାଣିର ବ୍ୟବସ୍ଥା ନାହିଁ। ଇଲେକ୍ଟ୍ରି ସବଷ୍ଟେସନ ପାଖରେ ଏକ ପାଣି ପାଇପ ରହିଛି।ଏହି ପାଇପରେ ଏକ ଟେପ ଲାଗିଛି । ବହୁ ଲୋକମାନେ ଏହି ଟେପ ଖୋଲି ପାଣି ନେଇ ଥାଆନ୍ତି ନିଜର ଆବଶ୍ୟକତା ମୁତାବକ।ମାତ୍ର ୩ଦିନ ହେଲା ଏହି ଟେପଟିକୁ ଖୁଳିବା ମାତ୍ରେ ଟେପରୁ ଦୂଷିତ ଗୋଳିଆ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଛି।ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଯାହା ଫଳରେ ଏଠାରୁ କେହି ଆଉ ପାଣି ନେଇ ପାରୁ ନାହାନ୍ତି।ଏଠାରେ ଗୋଟିଏ ଗଭୀର ନଳକୂପ ଥିଲା ତାହାବି ଖରାପ ହୋଇ ଅକାମୀ ହୋଇ ପଡିଛି। ପୂର୍ବରୁ ସ୍ଵଜଳ ଧାରା ଯୋଜନାରେ ବାଲିଆପାଳ ବସ ଷ୍ଟାଣ୍ଡ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଜାମକୁଣ୍ଡା ଛକ,ପାରୁଳିଆ ଛକ,ସିମୁଳିଆ ବଜାର ଆଦି ସବୁଠି ପାଣି ଟେପ ଲାଗିଥିଲା କେତେକ ସ୍ଥାନରେ ଛୋଟ ଛୋଟ ପାଣିଟାଙ୍କି କରାଯାଇଥିଲା। ସବୁ ସମୟରେ ଏଥିରୁ ପିଇବା ପାଣି ମିଳୁଥିଲା।ମାତ୍ର କିଛି ବର୍ଷ ତଳେ ରାସ୍ତା ପ୍ରଶସ୍ତି କରଣ ବେଳେ ସେ ସବୁକୁ ଭାଙ୍ଗି ଦିଆ ଗଲା। ଯାହା ଫଳରେ ଲୋକମାନେ ୨୪ ଘଣ୍ଟା ପିଇବା ପାଣି ପାଇ ପାରିଲେ ନାହିଁ।ମାତ୍ର ବର୍ଷ ବର୍ଷ ପରେ ଛକ ବଜାରରେ ତଥା ବାଟରେ ଗଲା ଆସିଲା ଲୋକମାନେ କିପରି ପାଣି ଟୋପାଏ ପିଇ ପାରିବେ ସେ ବିଷୟରେ କେହି ଧ୍ୟାନ ମାତ୍ର ଦେଲେ ନାହିଁ।ସରକାର ବାଲିଆପାଳ ବ୍ଳକର ସବୁ ପଞ୍ଚାୟତକୁ ନିର୍ମଳ ପଞ୍ଚାୟତର ମାନ୍ୟତା ଦେଇ ସାରି ଛନ୍ତି। ସେଥିପାଇଁ କେତେକ ପଞ୍ଚାୟତକୁ ୪ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମଧ୍ୟ ଦେଇଛନ୍ତି।ସେ ଅର୍ଥ ଜଳ ଓ ପରିମଳ ଯୋଜନାରେ ପଞ୍ଚାୟତ ଖର୍ଚ୍ଚ କରିବା କଥା। ବାଲିଆପାଳ ଓ ମଧୁପୁରା ପଞ୍ଚାୟତ ବି ସେଥିରେ ସାମିଲ ହୋଇଥିଲେ।ନିର୍ମଳ ପୁରସ୍କାର ରାଶି ବି ପାଇଥିଲେ। ଏବେ ଏହି ନିର୍ମଳ ପଞ୍ଚାୟତର ଅବସ୍ଥା କଥା ବିଷୟରେ ନ କହିବା ଭଲ।ବାଲିଆପାଳ ବଜାରରେ ପିଇବା ପାଣିର ଯେପରି ସମସ୍ୟା ରହିଛି। ସେହିପରି ପରିମଳ ଦିଗରେ ଘୋର ସମସ୍ୟା ଲାଗି ରହିଛି।କୌଣସି ସ୍ଥାନରେ ଶୌଚାଳୟ ବ୍ୟବସ୍ଥା ନାହିଁ।ବେଶୀ ଅସୁବିଧାରେ ପଡୁଛନ୍ତି ମହିଳା ବସ ଯାତ୍ରୀ ମାନେ। ବସକୁ ଘଣ୍ଟା ଘଣ୍ଟା ଅପେକ୍ଷା ଭିତରେ ଯଦି ପରିସ୍ରା ଲାଗିଲା ତେବେ ନାକେଦମ ହେବାକୁ ପଡ଼ିବ। ବାଲିଆପାଳ ବସ ଷ୍ଟାଣ୍ଡ ଠାରୁ ବ୍ଲକ ଛକ କି ସିମୁଳିଆ ବଜାରରେ ଶୌଚାଳୟ ବ୍ୟବସ୍ଥା ନାହିଁ।ଏ ଦିଗରେ ପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ ଜନ ସାଧାରଣ ଦାବି କରିଛନ୍ତି।

Post a Comment