ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରକ୍ସା ଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଆଯୋଜିତ


ସୁବର୍ଣ୍ଣପୁର (ଗଣପତି ବାଘ) ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରକ୍ସା ଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଆଯୋଜିତ ହୋଇ ଯାଇଛି । ଏହି ଶିବିର ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ସଚିବ ମିସ କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋକମାନ ଙ୍କୁ ଏଫ ଆଇ ଆର, ବେଲ୍, ସମନ, ୱାରେଣ୍ଟ, ଓ ରାଇଟ ଓଫ୍ ଲିଗାଲ ରିପ୍ରେଜେଣ୍ଟେସନ ଏବଂ ଅପିଲ ଓ ପ୍ଲେ ବାରଗିନିଙ୍ଗ ବିଷୟ ଉପରେ ଆଲୋଚନା କରି ଥିଲେ । ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି ସୋନପୁର ରେଣୁକା ସୁନା ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ବାରିକ ଯୋଗ ଦେଇ ଥିଲେ । ଏହି ଶିବିର ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସଂଜୀବ କୁମାର ବାରିକ, ଅନାମ ସାହୁ ଏବଂ ରଞ୍ଜନ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post