ଖରିଆରରୋଡ଼ ଠାରେ ମହାମହିମ ଭାରତ ରତ୍ନ ଡ଼କ୍ଟର ବି ଆର ଆମ୍ୱେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ନୂଆପଡା : (ରିଖିରାମ ଦଳ) ଆଜି ନୂଆପଡା ଜିଲ୍ଲା ଖରିଆରରୋଡ଼ ଠାରେ ମହାମହିମ ଭାରତ ରତ୍ନ ଡ଼କ୍ଟର ବି ଆର ଆମ୍ୱେଦକର ଙ୍କ ପ୍ରତିମୂର୍ତ୍ତି ଖରିଆର ରୋଡ଼ ସହର ର ବନକା ଛକ ଠାରେ ଉନ୍ମୋଚିତ ହୋଇ ଯାଇ ଅଛି । ଏଥିରେ ପୂର୍ବତନ ସାଂସଦ ତଥା ରେଳ ମନ୍ତ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରେ ରେ ନୂଆପଡା ଜିଲ୍ଲା ସଦର ବାବା ସାହେବ ଆମ୍ୱେଦକର ସିର୍ତ୍ତୋଲ ଛକ ଠାରୁ ଏକ ବିଶାଳ ବାଇକ ରେଲି ବାହାରି ନୂଆପଡା ସହର ପରିକ୍ରମା କଲା ପରେ ଖରିଆର ରୋଡ ସହର ପରିକ୍ରମା କରିଥିଲେ । ଏହି ବିଶାଳ ରେଲି ରେ ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ,ଜିଲ୍ଲା ଓକିଲ ସଂଘ ର ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଘାସିରାମ ମାଝୀ, ଜିଲ୍ଲା ପରିଷଦ ଉପାଧକ୍ଷ ଦୀପିକା ଦୀପ, ସଭାପତି ରାଧେଶ୍ୟାମ ବାଗ, ଫକୀର ଜଗତ,କାର୍ତିକ ଦୀପ, ରବି ବାଗ, ରବି ମଙ୍ଗରାଜ, ଗୋପୀ ସୁନା, ହରିକେଶ ଜାଲ ପ୍ରମୁଖ ଉପସ୍ଥିତ ଥିଲେ l ନୂଆପଡା ଜିଲ୍ଲା ର ମୁସଲମାନ ସମ୍ପକୀୟ ଭାଇ ମନେ ସମସ୍ତ ଙ୍କୁ ଲେମ୍ବୁ ପାଣି ଓ କୋଲଡ୍ରିଙ୍କ ଦେଇ ଭାଇଚାରା ବନ୍ଧୁତ୍ୱ ଦେଖିବାକୁ ମିଲିଥିଲା । ଏହି ବିଶାଳ ରେଲି ରେ କଳାହାଣ୍ଡି ର ପ୍ରସିଦ୍ଧ ଛତର ଯାତ୍ରା ର ବାଜା, ଦୁଲଦୁଲି ଓ ମାଦଳ ବାଜା ରେ କମ୍ପି ଉଠିଥିଲା ନୂଆପଡା ଓ ଖରିଆର ରୋଡ । ସଂସ୍କୃତିକ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ନାଚିଥିଲେ।

Post a Comment

Previous Post Next Post