ସ୍ଵାମୀ କର୍କଟ ରୋଗରେ ଆକ୍ରାନ୍ତ ଓ ଧର୍ମ ପତ୍ନୀ ପକ୍ଷାଘାତ ସହିତ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଅସହାୟ ପରିବାର କୁ ସହାୟତା ର ହାତ ବଢାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ


ଜଳେଶ୍ବର,୩୦/୦୪ (ଜଗନ୍ନାଥ ଗୋଛାୟତ) ସତରେ ଦୁଃଖ କ'ଣ ଏମିତି ଆସେ,ଦୁଖ କହିଲେ ନ ସରେ। ଆଜି ଅନେକ ବର୍ଷ ଧରି ସଦାଶିବ ନାୟକ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କ ଧର୍ମପତ୍ନୀ ପକ୍ଷାଘାତ ରୋଗ ଓ ମଧୁମେହ ରୋଗର ଆକ୍ରାନ୍ତ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିବାର ରେ ରୋଜଗାର ବୋଲି କିଛି ନାହିଁ। ଏହି ଘଟଣାଟି ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ସଦାଶିବ ନାୟକ ଙ୍କ ଅସହାୟ ପରିବାର କରୁଣ କାହାଣୀ।ଏହି ପରିସ୍ଥିତିରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଠାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି -ମାନସ ରଞ୍ଜନ ଧଳ ଙ୍କୁ ସେଠାକାର ଗ୍ରାମବାସୀ ଖବର ଦେବା ପରେ ସଙ୍ଗଠନ ଅଣ୍ଟା ଭିଡ଼ିଥିଲେ ଏହି ପରିବାରକୁ ସହାୟତା କରିବା ପାଇଁ। ଆଜି ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଦୁଇଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆଠ ହଜାର, ଚଳିବା ପାଇଁ କିଛି ମାସର ରେସନ ସାମଗ୍ରୀ, ପନିପରିବା, ପରିବାରକୁ ନୂତନ ବସ୍ତ୍ର ସହିତ ଖାଇବା ବାବଦକୁ କିଛି ଫଳ ସାମଗ୍ରୀ ପ୍ରଦାନ କରାଯାଇଛି। ସତରେ ଏହି ଭାଇ ଭଉଣୀ ମାନଙ୍କର ନିଃସ୍ଵାର୍ଥପର ସେବା ଆଜି ଏ ସମାଜ କୁ କହି ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ। ଏହି ମହାନ ଚିନ୍ତାଧାରା ର କାର୍ଯ୍ୟ କୁ ବୁଦ୍ଧିଯିବି ମହଲରେ ବେଶ ପ୍ରଶଂସା କରାଯାଇଛି।

Post a Comment

Previous Post Next Post