୮ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ବିଶିଷ୍ଟ ସମାଜସେବୀ


ଭବାନୀପାଟଣା ୨୨/୦୫ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟାକୁ ନେଇ ସମାଜସେବୀ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମାଞ୍ଚଳ ମାନଙ୍କରେ ତିଆରି ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନ ମାନର କାମ ହେଉଛି ,ମେଘା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇ ଦୀର୍ଘ ଦିନ ବିତିଯାଇଥିବା ବେଳେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବାରୁ ଜଳ କଷ୍ଟ ଭୋଗୁଛନ୍ତି ବ୍ଲକ ବାସି, ତା ସହିତ ଗାଁ ରାସ୍ତା ମାନଙ୍କରେ ଖୋଲି ଦେଇ ଥିବାରୁ କାଦୁଅ ପଚପଚ ହେଉଛି, ଉଦ୍ୟାନ ବିଭାଗ ରେ ନର୍ସରୀ କର୍ମଚାରୀ ରହୁ ନ ଥିବାରୁ ଚାରା ମରି ଯାଉଥିବାରୁ ଚାଷୀ ଏଥିରୁ ବାଦ ପଡୁଛନ୍ତି,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି ଜନସାଧାରଣ,ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଯୋଗାଣ ନିରୀକ୍ଷକ ,କୃଷି ସମ୍ପ୍ରସାରଣ ଅଧିକାରୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦବୀ ଖଲି ପଡିଥିବାରୁ ଜନସାଧାରଣ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ଯଥାଶୀଘ୍ର ପଦବୀ ପୂରଣ କରିବା ପାଇଁ ଶ୍ରୀ ଅଗ୍ରୱାଲ ୮ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଏହି ଦାବୀ ପୂରଣ ନ ହେଲେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ପାଇଁ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସେ ଜିଲ୍ଲାପାଳଙ୍କୁ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post