ଗୋଲାମୁଣ୍ଡା ୨୨।୦୫ (ଶିବ ପ୍ରସାଦ ରାଉତ) ଆଜି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅନେକ ଅଞ୍ଚଳରେ ଝଡ଼ ତୋଫାନ ହୋଇ ଯାଇଛି । ଏହି ଝଡ଼ ତୋଫାନରେ ଅନେକ ବଡ଼ ବଡ଼ ଗଛ ମାନ ଭାଙ୍ଗି ପଡିଥିବା ବେଳେ ଗୋଲାମୁଣ୍ଡା ଭାରତୀୟ ଷ୍ଟେଟବ୍ୟାଙ୍କ ଅଧିନରେ ଥିବା ଉଦେଶୃଙ୍ଗ ଗ୍ରାହକ ସେବା କେନ୍ଦ୍ରର ଆଜବେଷ୍ଟ ଛାତ ଉଡି ଯାଇଥିବା ଦେଖିବାକୁ ମିଳିଛି । ଘଟଣା ସମୟରେ ସିଏସପି ପରିଚାଳକ ରମାକାନ୍ତ ଅଘରିଆ ସିଏସପି ବନ୍ଦ କରି ଘରକୁ ମଧ୍ୟାନ ଭୋଜନ ପାଇଁ ଯାଇଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିନ୍ତୁ ଆଜବେଷ୍ଟ ଛାତ ଉଡାଇ ନେବା ପରେ ବର୍ଷା ହେବାରୁ ବର୍ଷା ପାଣିରେ ତାଙ୍କର ଏକ ଲ୍ୟାପଟପ,ପ୍ରିଣ୍ଟର,ପାସବୁକ ପ୍ରିଣ୍ଟର,ସୋଲାର ଇନଭେଟର,କୁଳର, ଫ୍ୟାନ ପ୍ରମୁଖ ମେସିନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଅପରପକ୍ଷରେ ତାଙ୍କର କେତେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି ।ତାଙ୍କ ସିଏସପିର ବୀମା ଥିବାରୁ ଯଥାଶୀଘ୍ର ବିମାଟଙ୍କା ମିଳିଲେ ପୁଣିଥରେ ସିଏସପି ଚାଲୁ କରିପାରିବି ବୋଲି ସିଏସପି ପରିଚାଳକ ଶ୍ରୀ ଅଘରିଆ ପ୍ରକାଶ କରିଛନ୍ତି ।

Post a Comment