ବଲାଙ୍ଗୀର :୧୯/୫ (ଗଣେଶ ଦାସ) ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରଖିଥାନ୍ତି ସଧବା ନାରୀ । ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ କରିଥାନ୍ତି । ଜୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହି ଦିନ ସଧବା ସ୍ତ୍ରୀମାନେ ଉପବାସ କରି ରଙ୍ଗ ବେରଙ୍ଗର ଶାଢ଼ୀ, ଅଳଙ୍କାର ପିନ୍ଧି ମନ୍ଦିର ଯାଇଥାନ୍ତି, ନିର୍ଜଳା ବ୍ରତ କରି ଅନ୍ନ ଗ୍ରହଣ କରନ୍ତି ନାହିଁ ।
ପୂଜା ସାରି ଧୁଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରି, ତାଳ ସଜ ବିଭିନ୍ନ ପ୍ରକାର ଫଳହାର କରନ୍ତି । ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋସ୍ତବ ଉପାଖ୍ୟାନ ପଠନ କରାଯାଇଥାଏ । ଏହି ପୂଜାର ଆରାଧ୍ୟ ଦେବତା ହେଉଛନ୍ତି ମା ସାବିତ୍ରୀ । ସାବିତ୍ରୀ ବ୍ରହ୍ମା ଙ୍କ ପତ୍ନୀ, ଗାୟତ୍ରୀ ସୂର୍ଯ୍ୟାଧିଷ୍ଠାତ୍ରି ଦେବୀ । ଦେବୀ ସାବେତ୍ରୀଙ୍କ ମାନବି ସlବେତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲା ତାହାକୁ ଆଧାର କରି ମା ସାବେତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀମାନେ। ସଧବାର ସମ୍ପତି ଶଙ୍ଖା, ସିନ୍ଦୁରକୁ ବଜାୟ ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାନ୍ତି । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ସ୍ତ୍ରୀ ମାନେ । ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀ ମାନେ ସାବେତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି।
Post a Comment