ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଳା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଅପରାହ୍ନ ୫ ଟା ସମୟରେ ମିଳର ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ ଘଟିଛି।। ଯୁବକ ଜଣକ କୋମନା ଥାନା ବରକୋଟ ଗାଁର ସୂର୍ଯ୍ୟକାନ୍ତ ସାହୁ ବୋଳି ଜଣାପଡିଛି।। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଭେଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ, ହେଲେ ଡ଼ାକ୍ତର ଦିବାକର ଓଝା ତାଙ୍କୁ ମୃତ ଘୋଷଣା କରିଥିଲେ।।ଖବର ପାଇ କୋମନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କଂକ୍ରିଟ ମିକ୍ଚର୍ ଗାଡ଼ି OR 05AB3188 ଓ ମୃତ ଦେହ କୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସ ୱେ
ଆଜତକ ଓଡ଼ିଶା
0
Post a Comment