ଖପ୍ରାଖୋଲ ୨୬/୦୫ (ଗଣେଶ ଦାସ) ଚଳିତ ବର୍ଷ ରବି ଧାନ ଜୁରିଆ ପେକ୍ସରେ ଶୁକ୍ରବାର ଶୁଭ ଉଦଘାଟିତ ହୋଇ ଯାଇଛି । ପେକ୍ସର ସଭାପତି କନ୍ଦର୍ପ ସୁଅରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ଉପ-ଜିଲ୍ଲାପାଳ ବିଜୟାନନ୍ଦ ସେଠି ଯୋଗଦାନ କରି ଠିକ ଭାବରେ ଧାନ ଉଠିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥର ଜୁରିଆ ପେକ୍ସରେ ୩୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ମୋଟ ୨୫୮୦.୪୦ କେଜି ଧାନ ଟୋକନ ଆସିଥିବା ବେଳେ ତା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୨୨୧ କ୍ଯୁ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟାର୍ଗେଟ ଆସିଥିବା ଜଣା ପଡିଛି । ସେଥି ମଧ୍ୟରୁ ରାଧେ ଗୋବିନ୍ଦ ରାଇସ ମିଲକୁ ୧୧୮୮ କ୍ଯୁ୍ୱିଣ୍ଟାଲ, ସାଗରିଆ ରାଇସ ମିଲକୁ ୩୩ କ୍ଯୁ୍ୱିଣ୍ଟାଲ ଧାନ ଉଠିବାକୁ ଟାର୍ଗେଟ ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆରଏମସି ସମ୍ପାଦକ କ୍ଷମାନିଧି ଗଡତ୍ୟା, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଖପ୍ରାଖୋଲ ପେକ୍ସ ସମ୍ପାଦକ ଶ୍ରୀପତି ଭୋଇ ସହିତ ଅନେକ ଗୋଡିଏ ଚାଷୀ ଉପସ୍ଥିତ ଥିଲେ ।

Post a Comment