ଜିକେଭଟର ହସ୍ପିଟାଲ ରେ ନୋ ଡାକ୍ତର ଲେଖାଯିବା ପ୍ରସଙ୍ଗକୁ ବିଜେପିର ନିନ୍ଦା ତଦନ୍ତ କରିବାକୁ ଦାବି।


ଜଳେଶ୍ବର,୨୭/୫(ଜଗନ୍ନାଥ ଗୋଛାୟତ) ଗତ ୨୫ ତାରିଖ ଜି.କେ ଭଟର ହସ୍ପିଟାଲ ଡକ୍ଟର ଲିଷ୍ଟ ତାଲିକାରେ ସନ୍ଧ୍ୟା ୭ ଘଟିକା ଠାରୁ ସକାଳ ୮ଟା ପର୍ଯ୍ୟନ୍ତ ନୋ ଡାକ୍ତର ଲେଖାଯାଇଥିବା ବେଳେ ତାଲିକା ଦେଖି ଜନସାଧାରଣ ଖ୍ଯୁବ୍ଧ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଓଡ଼ିଶା ପ୍ରଦେଶ ପାଈଁ ସ୍ବାସ୍ଥ୍ୟ ସେବାର ଏକ ନଗ୍ନ ଚିତ୍ର ହୋଇଛି। ହସ୍ପିଟାଲର ରୋଗୀ କଲ୍ୟାଣ ସମିତିରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାର ଙ୍କ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର ସଭାପତି ଥିବା ବେଳେ ଏଭଳି ଲଜ୍ୟା ଜନକ ଘଟଣା ଘଟିବା ତାଙ୍କର ଅପାରଗତାକୁ ଆଙ୍ଗୁଳି ନିର୍ଦେଶ କରୁଛି। ଓଡ଼ିଶା ସରକାର ସ୍ବାସ୍ଥ୍ୟ ସେବା 5T/ ମୋ ସରକାର ,କାୟାକଳ୍ପ,ଆମ ହସ୍ପିଟାଲ ଯୋଜନା, କାର୍ଯ୍ୟକାରୀ କରି ବିକାଶର ଡିମଡିମ ପିଟୁଥିବା ବେଳେ, ହସ୍ପିଟାଲ ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ରାତିରେ ଡାକ୍ତର ନଥିବା ବୋଲି ଲେଖିବା ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପରିପ୍ରକାଶ କରୁଛି। ହସ୍ପିଟାଲରେ ୧୩ ଜଣ ଡାକ୍ତର କାର୍ଯ୍ୟ କରିବାର ବ୍ୟବସ୍ଥା ଥିବା ବେଳେ ଅଦ୍ୟାବଧି ୮ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି ଜି.କେ ଭଟର ସରକାରୀ ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ନରହିବା ମାନ୍ୟବର ମନ୍ତ୍ରୀଙ୍କ ଏକ ଷଡ଼ଯନ୍ତ୍ର ନୁହେଁ କି ? ନା ପରୋକ୍ଷରେ ଘରୋଇ ଡାକ୍ତରଖାନାରେ ସାଧାରଣ ଲୋକଙ୍କୁ ଚିକିତ୍ସା ହେବାପାଇଁ ବାଧ୍ୟ କରୁଛନ୍ତି ମନ୍ତ୍ରୀ ମହୋଦୟ। ସାଧାରଣ ଲୋକଙ୍କ ଜୀବନ ର ମୂଲ୍ୟ ମନ୍ତ୍ରୀଙ୍କ ପାଇଁ କିଛି ନୁହଁ କି ? ଏବିଷୟରେ ସର୍ବ ସାଧାରଣ ରେ ଉତର ରଖିବାକୁ ଦାବି କରିଛି ବିଜେପି। ତେବେ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ହୋଇନଥିବା ବେଳେ କାହିଁକି ଏପରି ଲେଖା ହେଲା ଏହାପାଇଁ ଦାୟି କିଏ ବୋଲି ପ୍ରଶ୍ନ କରିବା ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ନେତୃତ୍ଵ ମଣ୍ଡଳୀ।

Post a Comment

Previous Post Next Post