ପ୍ରା-ହୋଣ୍ଡା ନୂତନ ଇଂଜିନ ଓଏଲ ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ


ଜଳେଶ୍ୱର, (ଜଗନ୍ନାଥ ଗୋଛାୟତ) ବିଶ୍ୱର ମୋଟର ବାଇକ ତିଆରି କୋମ୍ପାନୀ ମାନଙ୍କ ମଧ୍ୟରେ ହୋଣ୍ଡା ବାଇକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି କୋମ୍ପାନୀ ତରଫରୁ ପ୍ରୋ ହୋଣ୍ଡା ନାମକ ନୂତନ ଇଂଜିନ ଓଏଲ ଏବେ ବଜାରରେ ପ୍ରବେଶ କରିଛି । ଯାହାର ଉଦ୍ଘାଟନୀ ଉତ୍ସବ ଜଳେଶ୍ୱର ରାଧାଗୋବିନ୍ଦ ହୋଣ୍ଡା ଶୋରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ହୋଣ୍ଡା କୋମ୍ପାନୀର ଡିପିଟି ମ୍ୟାନେଜର ରାତିଶ ଦିକ୍ଷିତ, ଏରିଆ ମ୍ୟାନେଜର ବ୍ରଜମୋହନ, ଏରିଆ ମ୍ୟାନେଜର ଗୁରଶରଣ ସିଂହ, ଏରିଆ ମ୍ୟାନେଜର ଅନିର୍ବାନ ଭଟ୍ଟାଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ନୂତନ ପ୍ରୋ ହୋଣ୍ଡା ଓଏଲର ଉଦ୍ଘାଟନ କରିଥିଲେ । ଉତ୍ସବରେ ଜଳେଶ୍ୱର ରାଧାଗୋବିନ୍ଦ ହୋଣ୍ଡା ପରିଚାଳନା ନିଦେ୍ର୍ଦଶକ ତପନ ଜେନା, ନିଦେ୍ଦର୍ଶକ ମାନସ କୁମାର ଜେନା, ନିଦେ୍ର୍ଦଶକ ରାମେଶ୍ୱର ରାଜ, ଜେନେରାଲ ମ୍ୟାନେଜର ଜିତେନ୍ଦ୍ର ମହାନ୍ତି, ସର୍ଭିସ ମ୍ୟାନେଜର ଅକ୍ଷୟ ପରିଡା, ପାର୍ଟ ମ୍ୟାନେଜର ଜଗମାଧବ ଭଂଜ, ୱାର୍କସପ୍ ମ୍ୟାନେଜର ଶିବସୁନ୍ଦର ଜେନା ତଥା ରାଧାଗୋବିନ୍ଦ ହୋଣ୍ଡାର ସମସ୍ତ କର୍ମଚାରୀ ଓ ଗ୍ରାହକ ମାନେ ଉପସ୍ଥିତ ଥିଲେ । ଏହି ନୂତନ ଇଂଜିନ ଓଏଲ ବାଇକର ଇଂଜିନକୁ ଅଧିକ ଶକ୍ତିଶାଳୀ କରିବା ସହିତ ବାଇକ ଅଧିକ ଦ୍ରୁତ ବେଗରେ ଚାଲି ପାରିବ ବୋଲି କୋମ୍ପାନୀ ପକ୍ଷରୁ କୁହାଯାଇଛି ।

Post a Comment

Previous Post Next Post