ଆଦିବାସୀ ନାବାଳିକାକୁ ବଳତ୍କାର ଅଭିଯୋଗରେ ବନ୍ଧା ହେଲେ ଯୁବକ


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ଆଦିବାସୀ ନାବାଳିକାକୁ ବଳତ୍କାର ଅଭିଯୋଗରେ ଗୁରୁବାର ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ଜଣେ ଯୁବକକୁ ବାଲିଆପାଳ ପୋଲିସ କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଇଡକ ଛକ ନିକଟରେ ଥିବା ଆଇଡିଆଲ ପବ୍ଲିକ ସ୍କୁଲରେ ନିର୍ମାଣଧିନ ବିଲ୍ଡିଂ ରେ ବାଲେଶ୍ୱରର ଚାନ୍ଦିପୁର ଅଞ୍ଚଳର ଏକ ଯୁବକ କୃଷ୍ଣ ଚନ୍ଦ୍ର ବେହେରା (୩୦) ରାଜମିସ୍ତ୍ରୀ ଭାବେ ଦୀର୍ଘ ଦିନ ଧରି କାମ କରି ଆସୁଥିଲେ। ରାଜମିସ୍ତ୍ରୀ କୃଷ୍ଣ ଚନ୍ଦ୍ର ବାଲିଆପାଳ ଅଞ୍ଚଳର ଏକ ନାବାଳିକାକୁ ପ୍ରଲୋଭନ ଦେଖାଇ ଆଇଡିଆଲ ପବ୍ଲିକ ସ୍କୁଲରେ ନିର୍ମାଣଧିନ ବିଲ୍ଡିଂକୁ ଡ଼ାକି ବାରମ୍ବାର ବଳାତ୍କାର କରିଥିଲେ ବୋଲି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ବାଲିଆପାଳ ପୋଲିସ ଅଭିଯୋଗ ମୂଳେ କେସ ନମ୍ୱର ୧୨୦/୨୩ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରି ଅଭିଯୁକ୍ତ ଯୁବକ କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

Post a Comment

Previous Post Next Post