ଭବାନୀପାଟଣା ୦୪/୫ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ କୁମ୍ଭାରୀ ଠାରେ ଚଳିତ ଏପ୍ରିଲ୍ ମାସ ୬ ତାରିଖ ଦିନ ମହାଭାରତ ପରାୟଣ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଯୋଗଦେଲା ଗୁରୁବାର ଦିନ ହିଁ ସେ ଭୋଗ ର ବ୍ୟବସ୍ଥା କରିଥିଲେ । ଏହି ମହାଭାରତ ମହାଯଜ୍ଞ ଆସନ୍ତା କାଲି ୫ ତାରିଖ ସମ୍ପୂର୍ଣ୍ଣ ହେବ । ଉକ୍ତ ଯଜ୍ଞରେ ବ୍ୟାସ ରୂପେ ସନ୍ତୋଷ କୁମାର ହୋତା,ବ୍ରହ୍ମା-ଗଣେଶ ମୁଣ୍ଡ, ପୂଜକ-ବବ୍ଲୁ ଖମାରୀ,ସ୍ଵସ୍ତିବାଚକ- ରମାକାନ୍ତ ଯୋଶୀ,ଜପ-ସତ୍ୟ ପଣ୍ଡା,ବୁଲୁ ଖମାରୀ,ତଥା ଉକ୍ତ ମହାଭାରତ ମହାଯଜ୍ଞ ପରାୟଣ ଆୟୋଜକ,ପରୀକ୍ଷ ସା ଓ ତାଙ୍କ ଧର୍ମପତ୍ନୀ-ହେମବତି ସା ପୂଜା କର୍ତ୍ତା ଭାବେ ଦାୟିତ୍ଵ ବହନ କରୁଥିବା ବେଳେ କୁମ୍ଭାରୀ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଗ୍ରାମ ତଥା ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ଉକ୍ତ ମହାଭାରତ ପରାୟଣ ଦେଖିବା ଓ ଶୁଣିବା ପାଇଁ ଶହଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁଛି । ଅପରପକ୍ଷେ ପ୍ରତେକ ଦିନ ମହାପ୍ରସାଦ ର ବ୍ୟବସ୍ଥା ଥିବାରୁ ଭକ୍ତ ମାନେ ଅତି ଶ୍ରଦ୍ଧା ସହ ପ୍ରସାଦ ଗ୍ରହଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଉକ୍ତ ମହାଭାରତ ପରାୟଣ ବ୍ୟତୀତ ଏହି ପରାୟଣ ଯଜ୍ଞରେ ବିବାହ,ବ୍ରତ, ଚୁଡ଼ାକରଣ, କୁଣ୍ଡାବୋରି ଓ ଅନ୍ୟାନ୍ୟ ଧର୍ମସଂସ୍କାର କlର୍ଯ୍ୟକର୍ମ ରଖାଯାଇଛି ।

Post a Comment