ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ପ୍ରତାପପୁର ପଞ୍ଚାୟତ ନଈଘାଟୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ, ବହୁବିଧ ପ୍ରତିଭାର ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପକ ଶ୍ରୀକାନ୍ତ କାମିଳାଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ଯକାରୀ ସଭାପତି ମାଟିର ଝିଅ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ଆଦର୍ଶ ଶିକ୍ଷକଙ୍କ ଗୁଣଗାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜଣେ ଅତ୍ୟନ୍ତ ନମ୍ର ଓ ଭଦ୍ର ବ୍ୟକ୍ତି ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସମଗ୍ର ଅଞ୍ଚଳରେ ସେ ଖୁବ୍ ପରିଚିତ ଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଜେନା କହିଥିଲେ ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଧିରେନ୍ଦ୍ର ନାଥ ହାଜିରା ,ସମ୍ମାନିତ ଅତିଥି ଭାବେ ପ୍ରତାପପୁର ସରପଞ୍ଚ କସ୍ତୁରୀବାଳା ପାତ୍ର,୨୩ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ଜେନା,ଭୀମଚରଣ ସାମଲ,ଶିକ୍ଷକ ସମ୍ମନୟ ସମିତି ସଭାପତି ମନ୍ମଥ କୁମାର ବିଶ୍ବାଳ,ବିଜେଡି ବ୍ଲକ ସଭାପତି ସମାଜସେବୀ ଗୋବିନ୍ଦ ଚନ୍ଦ୍ର ଦାସ,ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରେବତୀ ଜେନା,ନିଶାମଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ବେହେରା,ଅଧ୍ୟାପିକା ରଶ୍ମିରେଖା ରାଉତ,ବାଇଧର ସାହୁ,ମାଧବାନନ୍ଦ ଦାସ,ଦେବେନ୍ଦ୍ର ଦାସ,ପରିଚାଳନା କମିଟି ସଭାପତି ଗୌତମ ଦାସ ପ୍ରମୁଖ ଯୋଗଦେଇ ବିଦାୟୀ ସାର୍ ଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ନଳିନୀକାନ୍ତ ପାଢୀ ମଞ୍ଚ ଆହ୍ବାନ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ତଥା ଗ୍ରାମବାସୀ ମାନେ ସହଯୋଗ କରିଥିଲା ।

Post a Comment