ନୂଆପଡା (ପରମେଶ୍ବର ମେହେର) ରାଜ୍ୟ ସରକାର ଅନେକ ସମୟରେ ରାଜ୍ୟର ଅନେକ ଜିଲ୍ଲା ମାନଙ୍କୁ ସତର୍କତା ଅବଲମ୍ବନ କରେଇବା ସହ ଜିଲ୍ଲା ମାନଙ୍କ ନାମ ଘୋଷଣା ମଧ୍ୟ କରି ଥାନ୍ତି ହେଳେ ନୂଆପଡ଼ା ଜିଲ୍ଲାର ନାମ କରନ୍ତି ନାହିଁ। ଯାହା ଫଳରେ କିଛି ନ ଜାଣିପାରି ଯାହା କାର୍ଯ୍ୟରେ ସେ ବାହାରି ଯାଆନ୍ତି। ପରେ ଅ ସତର୍କତା ଯୋଗୁଁ ଲୋକଙ୍କ ଅନେକ ଧନ ଜୀବନ କ୍ଷତି ହୋଇ ଥାଏ । କିଛି ଦିନ ତଳେ ଅଦିନିଆ ବର୍ଷା ହେବା ସହ ବିଜୁଳି ସାଙ୍ଗକୁ ଘଡ଼ ଘଡ଼ି ହୋଇଥିଲା। ପରେ ମାଲପଡ଼ା ଗ୍ରାମର ଚୈତନ ବାଗ ଜଣେ ଗରିବଙ୍କ ନଅ ଗୋଟି ଛେଳି ବଜ୍ରା ଘାତରେ ମୃତ୍ୟୁ ବରଣ କରିଥିଲେ। ଠିକ ସେହି ଭଳି ଆଜିର ଅଦିନିଆ ବର୍ଷା ପବନ ଯୋଗୁଁ ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିପଡ଼ା ଗ୍ରାମର ଧନୁର୍ଯ୍ୟ ହଂସଙ୍କ ଛାତ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଯେତେବେଳେ ଗାଁରେ ବର୍ଷା ହେବା ସହ ପବନ ଆରମ୍ଭ ହୋଇଥିଲା ସେ ସମୟରେ ସେ ନିଜ ସ୍ତ୍ରୀକୁ ଓ ଝିଅକୁ ସୁରକ୍ଷା ଦେବା ପାଇଁ ତାଙ୍କ ନିଜ ଘରେ ଡରି ଡରି ଲୁଚି ଥିଲେ। ପରେ ହଟାତ ବହୁ ଜୋରରେ ପବନ ହେବା ପରେ ତାଙ୍କ ଛାତ ଉପୁଡିଲା। ଏବେ ପରିବାର ବେ ସାହାରା ହେବା ସହ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ରାଜ୍ୟ ସରକାର ବିଜୁ ପକା ଘର ଯୋଗାଉ ଥିବା ବେଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଗାଉଛନ୍ତି। କିନ୍ତୁ ଏହି ପରିବାର ପାଇଁ ତାହା ସାତ ସପନ ହୋଇ ପଡିଛି। ଯାହାର ଉଦାହରଣ ହେଉଛି ଏଇ ପରିବାର କେବେ ଏମିତି ଗରିବ ପରିବାର ଉପରେ ପ୍ରଶାସନର ଦୃଷ୍ଟି ପଡ଼ିବ ଓ ତାଙ୍କ ହକ ଅଧିକାର ପାଇ ପାରିବେ ତାହା ଦେଖିବାକୁ ବାକି ରହିଲା।
ଅଦିନିଆ କାଳବୈଶାଖୀ ବର୍ଷାରେ ଉଡ଼ିଗଲା ଛାତ ଅଳ୍ପକେ ବର୍ତୀଳେ ପରିବାର ଲୋକେ
ଆଜତକ ଓଡ଼ିଶା
0
Post a Comment