କଣ୍ଟାମାଳ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ବରଗାଁ ଠାରେ କୃଷି ଓ କୃଷକ ମାନଙ୍କ ହିତପାଇଁ ୧୯୭୬ ମସିହାରେ ବରଗାଁ ସମବାୟ ସମିତି ପ୍ରତିଷ୍ଠା ହୋଇଥିଲା। ଏହି ସମିତି ଦ୍ଵାରା ବରଗାଁ ଗ୍ରାମପଞ୍ଚାୟତ ର ସଂଖ୍ୟାଧିକ ଆଦିବାସୀ, ହରିଜନ ଓ ସାଧାରଣ ଚାଷୀ ଉପକୃତ ହୋଇଥିବା ବେଳେ, ସମିତି ପାଇଁ ନିର୍ମାଣ ହୋଇଥିବା ଗୁଦାମ ଘର ଓ କାର୍ଯ୍ୟାଳୟ ଟି ଭାଙ୍ଗି ନଷ୍ଟ ହେବା ରେ ବସିଲାଣି। ସମିତିର ସମ୍ଭୁଖ ଭାଗ ବେଶ୍ ଚିକଣ ଦିଶୁଥିବାବେଲେ ପଛଭାଗ ମାଟିରେ ମିଶିବାରେ ଲାଗିଲାନି। ବର୍ଷା ପବନରେ ଚପର ଉଡ଼ିଯିବାରୁ , ଚାଷ ପାଇଁ ଆସୁଥିବା ବିହନ,ସାର ଇତ୍ୟାଦି ଗଚ୍ଛିତ କରି ରଖାଯାଇ ପାରୁନାହିଁ। ବର୍ତମାନ ଦେଖିବାକୁ ଗଲେ ଗୁଦାମଘର ଆଦି ଭାଙ୍ଗି ସଂପୂର୍ଣ୍ଣ ବିପଦ ସଙ୍କୁଳ ଭାବେ ଥିବାରୁ ବର୍ଷା ଦିନ ପୂର୍ବରୁ ତୁରନ୍ତ ନୂତନ ଗୁଦାମ ଘର ନିର୍ମାଣ କରିବା ପାଇଁ ଚାଷୀ ଓ ସ୍ଥାନୀୟ ଲୋକ ଦାବୀ କରୁଛନ୍ତି।

Post a Comment