ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କରି ୫-ଟି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ସେଠାରେ ସ୍କୁଲ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେଠାରୁ ବୋଡେନ ସ୍ଥିତ ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି । ଏହା ପରେ ୫-ଟି ସଚିବ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରି ଭୋଗ ସେବନ କରିଛନ୍ତି । ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ପୂର୍ବାହ୍ନରେ ଖଡ଼ିଆଳ ଉପଖଣ୍ଡ ସ୍ଥରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ହସ୍ପିଟାଲ ଯୋଜନ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
କୋମନା ବ୍ଳକ କୋନାବିରା ଗାଁରେ ନୂତନ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିବେ । ମଧ୍ୟାହ୍ନରେ ସୁନାବେଡ଼ା ଅଭୟାରଣ୍ୟ ଅଧିନ ସୁନାବେଡ଼ା ସ୍ଥିତ ସୁନାଦେଇଙ୍କ ଦର୍ଶନ କରି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ସମେତ ଅଭୟାରଣ୍ୟର ବିକାଶ ପାଇଁ କିଛି ନୂଆଁ ଯୋଜନା ଓ ପ୍ରକଳ୍ପ ଦେବେ ବୋଲି ଆଶା ବାନ୍ଧିଛନ୍ତି । ପରେ ନୂଆପଡ଼ା ସରକାରୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ପତୋରା ସ୍ଥିତ ଯୋଗେଶ୍ବର ମନ୍ଦିର ପରିଦର୍ଶନ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମନ୍ଦିର ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ । ପରେ ନ୍ୟାସନାଳ କଲେଜରେ ସାମାଜିକ ସଂଗଠନ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ରହିଛି ।
Post a Comment