ଜଳେଶ୍ୱର, ୧୯/୫ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତର ନିମପୁର ସ୍ଥିତ ଜ୍ଞାନ ବିକାଶ ଇଂଲିଶ ମିଡିୟମ ସ୍କୁଲର ଅନତି ଦୂରରେ ଥିବା ବିଲରେ ଅଜଣା ଯୁବକର ମୃତ ଦେହ ଉଦ୍ଧାର।ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବିଲ ପାଖରୁ ପ୍ରବଳ ଗନ୍ଧ ହେଉଥିବା ଜାଣି କିଛି ଲୋକ ଘଟଣା ସ୍ଥଳକୁ ଯାଇ ସେଠାରେ ଜଣେ ବ୍ୟକ୍ତି ପଡିଥିବା ଜାଣି ତୁରନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ଖବର ପାଇ ସରପଂଚ ଜଳେଶ୍ଵର ପୋଲିସର ସହଯୋଗ କ୍ରମେ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକଙ୍କ ମୃତ ଦେହ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି।ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କର ଦେହ ସମ୍ପୂର୍ଣ୍ଣ କଳା ପଡ଼ିଯାଇଛି ମୃତ ବ୍ୟକ୍ତି ଜଣକ ଲଙ୍ଗଳା ହୋଇ ପଡିଥିବା ବେଳେ ଦେହ ସାରା ପୋକ ସାଲୁବାଲୁ ହୋଇଛି।ତିନି ରୁ ଚାରି ଦିନ ତଳେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।ତେଣୁ ଏହାକୁ କେହି ହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସର ତଦନ୍ତ ସହିତ ପୋଷ୍ଟମର୍ଟମ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
Post a Comment