ଜଳେଶ୍ୱର, ୨୦/୦୫ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର-କପାସିଆ ପୂର୍ତ ବିଭାଗ ରାସ୍ତା ପାଶ୍ୱରେ ଥିବା ବର୍ତନା ଗ୍ରାମର ମା ଗାଜିଆଣୀ ଚଣ୍ଡି ମନ୍ଦିରରୁ ଗତ ରାତ୍ରୀରେ ଦୁର୍ବୃତ ମାନଙ୍କ ଦ୍ୱାରା ଠାକୁରାଣୀଙ୍କ ଦେହରେ ଥିବା ଅଳଙ୍କାର ଚୋରୀ ହୋଇଯାଇଥିବା ଜଣାଯାଇଛି । ଏଥିନେଇ ବର୍ତନା ଗ୍ରାମ ପରିଚାଳନା କମିଟି ପକ୍ଷରୁ ଜଳେଶ୍ୱର ଥାନାରେ ଏକ ଏତେଲା ଦିଆଯାଇଥିବାର ଜଣାଯାଇଛି । ଦୁର୍ବୃତ ମାନେ ମନ୍ଦିରର ଲୁହାଗ୍ରୀଲ କାଟି ଠାକୁରାଣୀଙ୍କ ଦେହରେ ଥିବା ୧୦ଟି ସୁନାର ପଦକ, ୩୦ଟି ରୂପାର ପଦକ, ୧ଟି ରୂପା ପଦକ ସହିତ ହାର, ୨ଟି ରୂପା ମୁକୁଟ, ପିତଳର ରାଧାକୃଷ୍ଣ, ଗଣେଶ, ଶିବ, କାର୍ତିକ, ସରସ୍ୱତୀ, ଲକ୍ଷ୍ମୀ, କାଳୀ ଓ ଜଗନ୍ନାଥଙ୍କ ମୂର୍ତି, ପିତଳ ଥାଳି ୯ଟି, ପିତଳ ବାଲଟି ୨ଟି, ପିତଳ ଗାମଲା ୨ଟି ସହିତ ବହୁ ପିତଳ ପୂଜା ସାମଗ୍ରୀ ଚୋରୀ ହୋଇଯାଇଥିବା ଜଣାଯାଇଛି । ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜିନିଷ ଚୋରୀ ହୋଇଯାଇଥିବା ଏତେଲାରେ କୁହାଯାଇଛି । ତେଣୁ ଜଳେଶ୍ୱର ପୋଲିସ ଏହାର ତଦନ୍ତ କରି ଠାକୁରାଣୀଙ୍କ ଜିନିଷ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଓ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Post a Comment