ଜଳେଶ୍ୱରରେ ଆଇନ ବ୍ୟବସ୍ଥା ବିଗିଡିବାରେ ଲାଗିଛି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ

ଜଳେଶ୍ୱର, ୩୦/୦୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱରରେ ଆଇନ ବ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ଚୋରୀ ଛିନତାଇ ଦିନକୁ ଦିନ ବଢିବାରେ ଲାଗିଛି । ରାସ୍ତାଘାଟରେ ଯାଉଥିବା ଯାତ୍ରୀମାନଙ୍କ ଠାରୁ ଦିନ ଦି୍ୱପ୍ରହରରେ ଦୁର୍ବୁତମାନେ ଲୁଟ କରୁଥିବା ବେଳେ ଏବେ ବ୍ୟାଙ୍କ ମାନଙ୍କରୁ ବନ୍ଧୁକ ମୁନରେ ଲୁଟ ହେବାରେ ଲାଗିଛି । ଥାନା ନିକଟରୁ ଲୁଟ ଛିନ୍ତାଇ ହେଉଥିବା ବେଳେ ପୋଲିସ ହାତ ବାନ୍ଧି ବସିଥିବାର ଦେଖିବାକୁ ମିଳୁଛି । ଜଳେଶ୍ୱରର ସହରର ଟ୍ରାଫିକ ବ୍ୟବସ୍ଥା କହିଲେ ନ ସରେ । ଜଳେଶ୍ୱର ସହରର ମୁଖ୍ୟ ରାସ୍ତା ଷ୍ଟେସନ ବଜାର ଠାରୁ ବ୍ଲକ ବଜାର ଓ ନୂଆବଜାର ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଦୁଇ ପାର୍ଶ୍ୱରେ ଥିବା ଦୋକାନ ଗୁଡିକ ସାମ୍ନାରେ ଚାରିଚକିଆ ଯାନ ଓ ବାଇକ ଗୁଡିକ ରାସ୍ତା ଅବରୋଧ କରି ରହିଥିବାର ଦୃଶ୍ୟ ସବୁବେଳେ ଦେଖିବାକୁ ମିଳୁଛି । ଥାନା ପକ୍ଷରୁ ବିଭିନ୍ନ ଛକ ଜାଗା ମାନଙ୍କରେ ମହିଳା ହୋମଗାଡ ମାନଙ୍କୁ ଟ୍ରାଫିକ ସୁରକ୍ଷା ପାଇଁ ନାମକୁମାତ୍ର ଛିଡା କରାଯାଇଥିବାର ଦେଖିବାକୁ ମିଳୁଛି । ଓଟୋ ଓ ଟୋଟୋର ଅନଭିଜ୍ଞ ଡ୍ରାଭର ମାନେ ରାସ୍ତା ମଝିରେ ହଠାତ୍ ବ୍ରେକମାରି ଯାତ୍ରୀ ଉଠାଇବା କମ ବୟସର ଯୁବକ ମାନଙ୍କର ଦ୍ରୁତ ବାଇକ ଚାଳନା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସେମାନଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ହେବା ଫଳରେ ଜଳେଶ୍ୱର ସହରରେ ଦିନକୁଦିନ ଆଇନ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ମୁଖ୍ୟ ରାସ୍ତାର ବଡବଜାର ପୋଲ ଉପରେ ଉଠା ଦୋକାନୀମାନଙ୍କର ଜବରଦଖଲ ଧିରେଧିରେ ବଢିବାରେ ଲାଗିଛି । ସେମାନଙ୍କୁ ଉଠାଇବା ପରିବର୍ତେ ବରଂ ତାଙ୍କ ଠାରୁ ହାତଗୁଂଜା ନେଇ ସେମାନଙ୍କୁ ଥଇଥାନ କରିବାରେ ପୋଲିସ ଓ ପ୍ରଶାସନର କର୍ମଚାରୀ ମାନେ ତତ୍ପର ରହୁଛନ୍ତି । ଜଳେଶ୍ୱର ପୈାର ପ୍ରଶାସନ ମଧ୍ୟ ଦେଖି ଅଣଦେଖା ଭାବେ ରହିଛି । ସାଧାରଣ ଲୋକେ ଅସୁବିଧାରେ ପଡୁଛନ୍ତି କିନ୍ତୁ ସମସ୍ତେ ନିର୍ବିକାର ରହିଛନ୍ତି । ଭଗବାନଙ୍କ ସାହା ଭରଷାରେ ଜଳେଶ୍ୱର ବାସୀ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଥେରପ୍ରତି ଦୃଷ୍ଟିଦେବାକୁ ଜଳେଶ୍ୱର ବୁଦ୍ଧିଜୀବୀଙ୍କ ଦାବୀ ।

Post a Comment

Previous Post Next Post