ଭବାନୀପାଟଣା ୨୩/୦୫ (ଶ୍ୟାମସୁନ୍ଦର ମାଝୀ) ଭୁଲ ବଶତଃ ନିଜ ଆକାଉଣ୍ଟ କୁ ଆସିଥିବା ଟଙ୍କା ଫେରାଇ ମାନବିକତା ଦେଖାଇଲେ ଯୁବକ । ଉକ୍ତ ଯୁବକ ଜଣକ ହେଉଛନ୍ତି ଧର୍ମଗଡ଼ ବ୍ଲକ୍ ଜୟନ୍ତପୁର ଗ୍ରାମର ହରେକୃଷ୍ଣ ପାଣିଗ୍ରାହୀ। ସେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗରିବ ପୁଅ ହେଲେ ବି ସ୍ଵାଭିମାନୀ । ଗତ ୨୧ ତାରିଖ ଦିନ ହାଇଦ୍ରାବାଦ ର ପି ଭମ୍ସିଧର ରେଡ୍ଡୀ ନାମକ ବ୍ୟକ୍ତିଙ୍କ ର ୧୫୦୦୦( ପନ୍ଦର ହଜାର) ଟଙ୍କା ଭୁଲ ବଶତଃ ହରେକୃଷ୍ଣ ଙ୍କ ଆକାଉଣ୍ଟ ରେ ଜମା ହୋଇଥିଲା । ଏହା ଜାଣି ପାରି ହରେକୃଷ୍ଣ ମନରେ କୌଣସି ଲୋଭ ନ ରଖି ଉକ୍ତ ବ୍ୟକ୍ତି ଙ୍କ ସହ ଯୋଗାଯୋଗ କରି ସବୁ ଟଙ୍କା ଫେରାଇ ଦେଇଥିଲେ । ଟଙ୍କା ଫେରାଇ ବହୁତ୍ ଖୁସି ଥିବା କହିଛନ୍ତି ହରେକୃଷ୍ଣ । ରାଜ୍ୟ ବାହାରେ ଦାଦନ ଖଟି ଯାହା ଅର୍ଥ ରୋଜଗାର କରୁଛି ସେତିକିରେ ସନ୍ତୁଷ୍ଟ ଲୋକଙ୍କ ଟଙ୍କା କାହିଁକି ଲୋଭ କରିବି ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ସଚ୍ଚୋଟପଣିଆ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

Post a Comment