ଅକ୍ଷିମୁଠି ଅନୁକୂଳ ଉତ୍ସବ


ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ କୃଷକ ମାନଙ୍କ ପାଇଁ ଏକ ଆନନ୍ଦ ଓ ଉଲ୍ଲାସର ଦିନ ହୋଇଥାଏ। ତେବେ ଆଜିର ଦିନରେ କୃଷକ ଖରିବ୍ ଚାଷ ନିମନ୍ତେ ନିଜ ବିଲରେ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣିଥାନ୍ତି। ତେବେ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଦୃଷ୍ଟିରୁ କୃଷକମାନେ ଆଜିର ପବିତ୍ର ଦିନକୁ ଉତ୍ସାହର ସହ ପାଳନ କରୁନଥିବା ବାଲିଆପାଳ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଜଳେଶ୍ଵର ର ପୂର୍ବତନ ବିଧାୟକ ସ୍ବର୍ଗତ ଗଦାଧର ଗିରି ଙ୍କ ଉଦ୍ଦେଶ୍ୟରେ ଗଦାଧର ଗିରି ସ୍ମୂତି ବିକାଶ ପରିଷଦ ପକ୍ଷରୁ ନରଣପୁର ଠାରେ ପବିତ୍ର ଅକ୍ଷିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଲରେ ପୂଜା ହେବା ସହିତ ବିହନ ଓ ହଳଲଙ୍ଗଳକୁ ପୂଜାକରାଯିବା ପରେ ସ୍ବର୍ଗତ ବିଧାୟକ ଗଦାଧର ଗିରି ଙ୍କ ସୁପୁତ୍ର ଙ୍କ ଆବାହକତ୍ବରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା। ଉକ୍ତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ରେ ସଭାପତି ଧୀରେନ୍ଦ୍ର ନାଥ୍ ହାଜିରା,ଅରବିନ୍ଦ ବେହେରା,କ୍ଷିତିସ୍ କୁମାର ଜେନା ପ୍ରମୁଖ ହଳବୁଲାଈ ବିହନ ପକାଇ ଥିଲେ।ଏହି ଶୁଭ କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ଚାଷୀ ଙ୍କ ସହିତ ଗଦାଧର ଗିରି ସ୍ମୂତି ବିକାଶ ପରିଷଦ ପକ୍ଷରୁ ସୁଦାମ୍ ଦାସ୍ , କମଳଲୋଚନ ଦତ୍ତ ,ଗୌତମ ପରିଡା,କୁମୁଦ ପରିଡା,ମନୋଜ୍ ପରିଡା, ବୈରାଗୀ ଦାସ୍ ,ବିଦ୍ୟାଧର ପରିଡା, ପିତବାସ ଗିରି ,ବଳରାମ୍ ଦାସ୍ , ପୁରସ୍ତମ୍ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଚଳିତ ବର୍ଷ ଚାଷି ମାନଙ୍କର ଚାଷକାର୍ଯ୍ୟ ସୁରୁଖୁରୁରେ ଓ ବର୍ଷା ଅନୁକୂଳ ରହିବାକୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ।

Post a Comment

Previous Post Next Post