ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ଆଜି ହେଲ୍ପ ଫର ୟୁ ଫାଉଣ୍ଡେସନ ପରିବାର ତରଫରୁ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ପଞ୍ଚାୟତ ର ଖଗଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରକ୍ତ ଦାନ ଏକ ମହତ ଦାନ। ଅଜାଣତରେ ଆପଣଙ୍କ ର ରକ୍ତ ଆଉ କାହାର ଜୀବନ ବଞ୍ଚାଇ ଦେଇ ପାରେ । ରକ୍ତ ଅଭାବରୁ ଯେମିତି କାହାରି ମୃତ୍ୟୁ ନ ହୁଏ, ତା ସହିତ ଥାଲାସେମିଆ ରୋଗରେ ଆକ୍ରାନ୍ତ ଥିବା ରୋଗୀ ମାନେ ଯେମିତି, ରକ୍ତ ଅତି ସହଜରେ ପାଇ ନିଜର ଜୀବନ ବଞ୍ଚାଇ ପାରିବେ। ସେଇ ଚିନ୍ତାଧାରା ନେଇ ହେଲ୍ପ ଫର ୟୁ ଫାଉଣ୍ଡେସନ ଜନ ସେବାକୁ ମହାନ ବ୍ରତ ବୋଲି ଭାବି ସିଦ୍ଧାନ୍ତ ନେଇ ଥିଲା ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ। ମହାନ ଉଦ୍ଦେଶ୍ୟ ନେଇ ଓଡ଼ିଶାରୁ କୋଣ ଅନୁକୋଣରୁ ରକ୍ତ ଦାତା ମାନେ ରକ୍ତ ଦାନ ଭଳି ମହତ ଦାନ ରେ ଯୋଗଦାନ କରି ରକ୍ତ ଦାନ ଶିବିର କୁ ସଫଳ କରାଇ ଥିଲେ। ଏହି ରକ୍ତ ଦାନ ଶିବିର କୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ ଶୁଭ ଉଦ୍ଘାଟନ କରି ଥିବା ବେଳେ ଖଗଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ୟାରିମୋହନ ବିଶ୍ଵାଳ ଏବଂ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ରହି ଏହି ସେବା କାର୍ଯ୍ୟ ରେ ସହଯୋଗ କରି ଥିଲେ।ତା ସହିତ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି ମାନସ ରଞ୍ଜନ ଧଳ ଙ୍କ ଉପସ୍ଥିତି ଓ ସଙ୍ଗଠନ ର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛିି , କିଛି ଆର୍ଥିକ ଅବଦାନ ଓ ନିଃସ୍ୱାର୍ଥପର ସେବା ,ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ମହାନ କାର୍ଯ୍ୟ ସମ୍ଭବ ହୋଇ ପାରିଛି।

Post a Comment