ବନ୍ଦେ ଉତ୍କଳ ଜନନୀର ରକ୍ତଦାନ ଶିବିର : ୧୨୦ ୟୁନିଟ ରକ୍ତ ସଂଗୃହୀତ


ଜଳେଶ୍ବର ,୨୩/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତର ଗୋବର୍ଦ୍ଧନ ପୁରସ୍ଥିତ ବନ୍ଦେଉତ୍କଳ ଜନନୀ ସ୍ଵେଚ୍ଛାସେବୀ ସଙ୍ଗଠନ ଓ ଅଖିଳେଶ୍ୱର ଯୁବକ ସଂଘ ଆନୁକୁଲ୍ୟରେ ଏବଂ ଓଡ଼ିଶା ରକ୍ତଦାତା ସଙ୍ଗଠନ, ଜିଲ୍ଲା ରକ୍ତଦାତା ସଂଘ ଓ ଓଡ଼ିଶା ସ୍ୱାଭିମାନ ପରିଷଦର ମିଳିତ ସହଯୋଗରେ ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରକୁ ନଛିମପୁର ସମିତି ସଭ୍ୟ ବ୍ରଜମୋହନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଓଡ଼ିଶା ରକ୍ତକେନ୍ଦ୍ରର ଡାକ୍ତର ମହେଶ କୁମାର ବିଶ୍ବାଳ, ଓଡ଼ିଶା ରକ୍ତଦାତା ସଙ୍ଗଠନର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଓ ଜିଲ୍ଲା ରକ୍ତଦାତା ସଙ୍ଗଠନର ଉପଦେଷ୍ଟା ସୁକୁମାର ରଣା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ସଚେତନ କରିବା ସହ ଉତ୍ସାହିତ କରିଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗଠନର ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ଗଗନ ବିହାରୀ ସାହୁ ଓ ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିଲା।ଏହି ଶିବିରରେ ବାଲେଶ୍ଵରସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ଲାବୋରେଟୋରୀ ଟେକ୍ନିସିଆନ ବସନ୍ତ କୁମାର ଜେନା, ସୌଭାଗ୍ୟବତୀ ପରିଡା ଓ ସହଯୋଗୀ ସନ୍ତୋଷ କୁମାର ଜେନା ଓ କ୍ଷୀରୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ୧୨୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଶିବା ଜେନା, ଅଜିତ ଜେନା ଓ ବିବେକ ଜେନା ପ୍ରମୁଖ ରକ୍ତଦାତା ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରିଥିଲେ । ସୁମତି ସାହୁ, ମମତା ଜେନା, ପିଙ୍କୁନ ଜେନା, ଉମେଶ ଜେନା, ପ୍ରଭାକର ନାଥ, ପ୍ରଦୀପ ନାଥ, ରାକେଶ ଜେନା ଓ ସଞ୍ଜୀବ ଜେନା ପ୍ରମୁଖ ଶିବିର କାର୍ଯ୍ୟ ପରିଚାଳନା କରିଥିଲେ । ସତ୍ୟରଞ୍ଜନ ବେଜ୍,ତାପସ ନାଥ, ଧରଣୀଧର ଜେନା, ହିମାଂଶୁ ନାଥ, ସନ୍ଦୀପ ମହାନ୍ତି ଓ ରଘୁନାଥ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଦସ୍ୟ ସତ୍ୟବ୍ରତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post